ଲାଇଫ୍ ଷ୍ଟାଇଲ

ଶୀତଦିନେ ଖାଆନ୍ତୁ ଏହି ୮ଟି ଜିନିଷ : ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ କମିବ ଓଜନ

ଶୀତ ଦିନ ଆସୁଛି ଏବଂ ଏହି ଋତୁରେ ଲୋକଙ୍କ ଖାଇବା ପିଇବାର ମାତ୍ରା ଟିକେ ବଢ଼ି ଯାଇଥାଏ। ଅଧିକ ଖାଇବା ଏବଂ କାମ କମ୍ ହୋଇଯିବା ଯୋଗୁଁ ଶୀତଦିନେ ଅନେକ ମେଦବହୁଳତାର ଶିକାର ହୋଇଥାନ୍ତି। ଏହି ଋତୁରେ ଫ୍ଲୁ ଏବଂ ଭାଇରସରୁ ବର୍ତ୍ତିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ୮ଟି ଏପରି ସ୍ବାଦିଷ୍ଟ ସୁପରଫୁଡସ୍ ବିଷୟରେ ଯାହା ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଏବଂ ଆପଣଙ୍କ ଓଜନ ବଢ଼ିବାକୁ ଦେବ ନାହିଁ।

୧.ଚେର ଜାତୀୟ ଖାଦ୍ୟ : ଶୀତଦିନେ ଗାଜର,ବିଟ୍,ମୂଳା,ଶାଲଗମ୍,ପିଆଜ ଭଳି ଚେର ଜାତୀୟ ଖାଦ୍ୟ ପୂରା ତାଟକା ମିଳିଥାଏ। ଶୀତଦିନେ ଏହି ପରିବା ଗୁଡ଼ିକ ନିଜ ଡାୟେଟରେ ସାମିଲ କରନ୍ତୁ। ଏଥିରେ ଶରୀରକୁ ପ୍ରୋବାୟୋଟିକ୍ ମିଳିଥାଏ ଯାହା କାରଣରୁ ଓଜନ ସହଜରେ କମିଥାଏ। ଏହି ପରିବା ଗୁଡ଼ିକ ପୋଷଣ ଯୁକ୍ତ ହେବା ସହ ପାଚନ କ୍ରିୟାକୁ ମଧ୍ୟ ସୁଧାରିଥାଏ।

୨.ବାଜରା : ଓଜନ କମ୍ କରିବାରେ ବାଜରା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାକୁ ରୁଟି କିମ୍ବା ଲଡ଼ୁ ପ୍ରସ୍ତୁତ କରି ଖିଆଯାଇଥାଏ। ଏହା ବ୍ୟତୀତ ଏହାକୁ ଖେଚୁଡ଼ିରେ ମଧ୍ୟ ମିଶାଇ ଖିଆଯାଇଥାଏ। ବାଜରାରେ ଭିଟାମିନ୍ B ଥାଏ ଏବଂ ଏହା କେଶ ପାଇଁ ବହୁତ ଭଲ ହୋଇଥାଏ। ଏହା ମାଂସପେଶୀକୁ ମଜବୁତ କରିଥାଏ,ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

୩. ଘିଅ : ଶୀତଦିନେ ଘିଅ ଶରୀରକୁ ଭିତରୁ ଗରମ ରଖିଥାଏ। ଡାଲି ଏବଂ ତରକାରୀ ଘିଅରେ କରିବାକୁ ଉଦ୍ୟମ କରନ୍ତୁ। ରୁଟିରେ ମଧ୍ୟ ଅଳ୍ପ ମାତ୍ରାରେ ଘିଅ ଲଗାଇ ଖାଆନ୍ତୁ। ଘିଅରେ ଭିଟାମିନ୍ A, D, E ଏବଂ K ଥାଏ। ଏହା ଖାଇବାର ସ୍ବାଦ ବଢ଼ାଇବା ସହ ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ। ଦେଶୀ ଘିଅରେ ଥିବା ସିଏଲଏ ମେଟାବଲିଜମକୁ ଠିକ୍ ରଖିଥାଏ ଯାହା ଦ୍ବାରା ମେଦବହୁଳତା ହୋଇନଥାଏ।

୪. ବାଦାମ : ବାଦାମ ପ୍ରୋଟିନରେ ଭରପୂର ହୋଇଥାଏ। ଏହା ଶୀତ ଦିନର ସବୁଠୁ ହେଲଦି ସ୍ନାକ୍ସ ହୋଇଥାଏ। ଏହାକୁ ସିଝାଇ,ଭାଜି କିମ୍ବା କଞ୍ଚା ଖାଇ ପାରିବେ। କିଛି ଲୋକେ ଏହାକୁ ସାଲାଡ କିମ୍ବା ତରକାରୀରେ ମିଶାଇ ଖାଇଥାନ୍ତି। ବାଦାମ ଖାଇବା ଦ୍ବାରା ଅନେକ ସମୟ ଯାଏଁ ଭୋକ ଲାଗିନଥାଏ। ବାଦାମରେ ଭିଟାମିନ୍ B , ଆମିନୋ ଏସିଡ ଏବଂ ପଲିଫିନୋଲ ହୋଇଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ। ବାଦାମ ହୃଦରୋଗକୁ ମଧ୍ୟ ଦୂରେଇ ରଖିଥାଏ।

୫. ସବୁଜ ପନିପରିବା : ଶୀତଦିନେ ସବୁଜ ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ। ନିଜ ଡାୟେଟରେ ପାଳଙ୍ଗ,ମେଥି,ସୋରିଷ ଶାଗ,ପୋଦିନା,ରସୁଣ ଭଳି ପରିବା ସାମିଲ କରନ୍ତୁ। ସବୁଜ ପନିପରିବାରେ ସମସ୍ତ ପୋଷକ ତତ୍ତ୍ବ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହି ସବୁଜ ପନିପରିବା ତାଜା ଏବଂ ଭଲ ଭାବେ ଧୁଆ ହୋଇଥିବା ଆବଶ୍ୟକ।

୬. ଘରେ ପ୍ରସ୍ତୁତ ଲହୁଣୀ : ଶୀତଦିନେ ଲହୁଣୀ ଶରୀରକୁ ଗରମ କରିଥାଏ। ଘରେ ପ୍ରସ୍ତୁତ ଲହୁଣୀ ଖାଇବାକୁ ଉଦ୍ୟମ କରନ୍ତୁ କାରଣ ଏଥିରେ ଫ୍ୟାଟ୍ ନଥାଏ। ରୁଟି କିମ୍ବା ପରଟାରେ ଅଳ୍ପ ଲହୁଣୀ ଲଗାଇ ଖାଆନ୍ତୁ। ଏହାକୁ ଶାଗ ଏବଂ ଡାଲିରେ ମଧ୍ୟ ମିଶାଇ ଖାଇ ପାରିବେ। ଶୀତଦିନେ ତ୍ବଚା ରୁକ୍ଷ ହୋଇଯାଇଥାଏ ଏବଂ ଲହୁଣୀ ତ୍ବଚାକୁ ଡାଇଡ୍ରେଟେଡ ରଖିଥାଏ। ଏହା ହାଡ଼ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ।

୭. ମୌସୁମୀ ଫଳ : ଶୀତଦିନେ ସେଓ,କମଳା,ନାସପାତି କିମ୍ବା ଅମୃତଭଣ୍ଡା​ ଭଳି ମୌସୁମୀ ଫଳ ଖାଆନ୍ତୁ। ଏସବୁ ଫଳ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଓଜନ କମ୍ କରିବା ପାଇଁ ଏହାକୁ ଲଞ୍ଚ କିମ୍ବା ଡିନର ମଝିରେ ସ୍ନାକ୍ସ ଭଳି ଖାଆନ୍ତୁ। ଏହି ଫଳଗୁଡ଼ିକରେ ଫାଇବର ହୋଇଥାଏ ଯାହା ତ୍ବଚା ପାଇଁ ଭଲ ହୋଇଥାଏ।

୮. ରାଶି : ଶୀତ ଦିନେ ହାଡ଼ ଏବଂ ଗଣ୍ଠିର ଯନ୍ତ୍ରଣା ବଢ଼ି ଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ନିଜ ଡାୟେଟରେ ରାଶିକୁ ସାମିଲ କରନ୍ତୁ। ରାଶି ହାଇପରଟେନ୍ସନକୁ ମଧ୍ୟ କମ୍ କରିଥାଏ ଯାହା ଦ୍ବାରା ନିଦ ଭଲ ହୋଇଥାଏ। ରାଶିରେ ଭିଟାମିନ୍ E ଥାଏ। ଏହାକୁ ବାଦାମ ପଟି କିମ୍ବା ଲଡ଼ୁରେ ଖାଇ ପାରିବେ । କିଛି ଲୋକ ଏହାର ଚଟଣୀ ପ୍ରସ୍ତୁତ କରି ଖାଇ ପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ