ଖେଳ ଦେଶ ବିଦେଶ

‘ଅମ୍ପାୟାର୍ସ କଲ୍’କୁ କାଏମ୍ ରଖିଲା ଆଇସିସି, ନିୟମରେ କଲା ସାମାନ୍ୟ ପରିବର୍ତ୍ତନ

ଦୁବାଇ ୦୨/୦୪: ଡିଆରଏସକୁ ନେଇ ଆଇସିସିର ବଡ ନିଷ୍ପତ୍ତି । ଡିଆରଏସ୍‌(ଡିସିସନ ରିଭ୍ୟୁ ସିଷ୍ଟମ) ନିୟମକୁ ନେଇ ଚାଲିଥିବା ନାନା ଆଲୋଚନା ଉପରେ ଆଇସିସି ପକାଇଛି ପୂର୍ଣ୍ଣଛେଦ । ଡିଆରଏସ୍‌ ଅଧିନରେ ରହିଥିବା ‘ଅମ୍ପାୟାର୍ସ କଲ୍‌’ ନିୟମକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ହେଁ ଏହି ନିୟମକୁ କାଏମ୍‌ ରଖିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଅବଶ୍ୟ ଏଥିରେ କିଛି ପରିବର୍ତ୍ତନ କରାଯାଇଛି ।

ଆଇସିସି କ୍ରିକେଟ୍‌ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକ ଅବସରରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଡିଆରଏସ୍‌ ଅଧିନରେ ରହିଛି ‘ଅମ୍ପାୟାର୍ସ କଲ’ ନିୟମ । କୌଣସି ଏଲ୍‌ବିଡବ୍ଲ୍ୟୁ ଅପିଲ୍‌ ସମୟରେ ପଡ଼ିଆ ଅମ୍ପାୟାର ବଲ୍‌ର ଗତି ପଥକୁ ଦେଖି ଆଉଟ୍‌ କିମ୍ବା ନଟ୍‌ ଆଉଟ୍‌ ନିଷ୍ପତ୍ତି ଶୁଣାଇ ପାରିବେ । ୩ଟି ୱିକେଟ୍‌ ମଧ୍ୟରୁ କୌଣସି ୱିକେଟ୍‌ରେ ବଲ୍‌ ଅତି କମ୍‌ରେ ୫୦ପ୍ରତିଶତ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ‘ଆଉଟ୍‌’ କିମ୍ବା ‘ନଟ୍‌ ଆଉଟ୍‌’ ନିଷ୍ପତ୍ତି ନେଇପାରିବେ । ଏଭଳି ସ୍ଥଳେ ଫିଲ୍ଡିଂ ଦଳର ଅଧିନାୟକ କିମ୍ବା ବ୍ୟାଟ୍ସମ୍ୟାନ୍‌ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡିଆରଏସ୍‌ ନେଲେ ବିଫଳ ହେବେ । ‘ଅମ୍ପାୟାର କଲ୍‌’ ନିୟମ ଅନୁଯାୟୀ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିବ ।

ନିକଟରେ ‘ଅମ୍ପାୟାର୍ସ କଲ୍‌’କୁ ନେଇ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅସନ୍ତୋଷ ପ୍ରକଟ କରିଥିଲେ । ଏଲ୍‌ବିଡବ୍ଲ୍ୟୁ ଅପିଲ୍‌ ସମୟରେ ବଲ୍‌ଟି ୫୦ ପ୍ରତିଶତ ୱିକେଟ୍‌ରେ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ଆଉଟ୍‌ ନିଷ୍ପତ୍ତି ନେବା ନିଶ୍ଚିତ । କିନ୍ତୁ ଏଭଳି ସ୍ଥଳେ ‘ନଟ୍‌ ଆଉଟ୍‌’ ନିଷ୍ପତ୍ତି ଶୁଣାଇବା ତ୍ରୁଟିପୂର୍ଣ୍ଣ । କାରଣ ବଲ୍‌ ୱିକେଟ୍‌କୁ ସାମାନ୍ୟ ଭାବେ ଛୁଇଁବାର ସମ୍ଭାବନା ଥିଲେ ମଧ୍ୟ ବେଲ୍‌ ଜଳି ଉଠିବ । ତେଣୁ ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇପାରିବେ ବୋଲି କୋହଲି ମତ ଦେଇଥିଲେ ।ଆଜି ଆଇସିସି କ୍ରିକେଟ୍‌ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ‘ଅମ୍ପାୟାର କଲ୍‌’କୁ କାଏମ ରଖାଯାଇଥିଲେ ହେଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ପୂର୍ବରୁ ଏଲ୍‌ବିଡବ୍ଲ୍ୟୁ ନିଷ୍ପତ୍ତି ନେବା ପୂର୍ବରୁ ୱିକେଟ୍‌ର ଉଚ୍ଚତାକୁ ମାପ ଦଣ୍ଡ ରୂପେ ରଖାଯାଇଥିଲା । ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି । ଅର୍ଥାତ ୱିକେଟ ଉପରେ ରହିଥିବା ବଲ୍‌ ବେଲ୍‌ରେ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ଆଉଟ୍‌ ନିଷ୍ପତ୍ତି ଶୁଣାଇ ପାରିବେ । ଫିଲ୍ଡିଂ ଦଳର ଡିଆରଏସ୍‌ ନେବା ପୂର୍ବରୁ ବ୍ୟାଟସମ୍ୟାନ୍‌ ଜଣକ ସଟ୍‌ ଖେଳିବାକୁ ପ୍ରୟାସ କରୁଥିଲା କି ନାହିଁ, ତାହା ପଡ଼ିଆ ଅମ୍ପାୟାରଙ୍କୁ ପଚାରି ବୁଝି ପାରିବେ । ସେହିପରି ପ୍ରତ୍ୟେକ ବଲ୍‌ ପୂର୍ବରୁ ତୃତୀୟ ଅମ୍ପାୟାର ଭିଡ଼ିଓ ରିପ୍ଲେ ଦେଖି ୧ କିମ୍ବା ୨ ରନ୍‌ ଉପରେ ନିଷ୍ପତ୍ତି ଶୁଣାଇବେ । ବ୍ୟାଟସମ୍ୟାନମାନେ ରନ୍‌ ନେବା ସମୟରେ କ୍ରିଜ୍‌ ନଛୁଇଁ ଦ୍ୱିତୀୟ ରନ୍‌ ନେବାର ନଜିର ରହିଛି । ତୃତୀୟ ଅମ୍ପାୟାର ନୋବଲ୍‌ ଦେଖି ପଡ଼ିଆ ଅମ୍ପାୟାରଙ୍କୁ ଖବର ଦେବା ଭଳି ବ୍ୟାଟସମ୍ୟାନମାନେ ରନ୍‌ ନେବା ବେଳେ କ୍ରିଜ୍‌ ନଛୁଇଁବାକୁ ମଧ୍ୟ ପଡ଼ିଆ ଅମ୍ପାୟାରଙ୍କୁ ଜଣାଇବେ ବୋଲି ଆଇସିସି କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ