ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଏହି ଲୋକପ୍ରିୟ ଗାୟକଙ୍କ ଜୀବନ

ନୂଆଦିଲ୍ଲୀ: ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‌ଜାନ୍‌ଙ୍କର ଦେହାନ୍ତ ଘଟିଛି। ଖବର ଅନୁଯାୟୀ ଦିଲ୍‌ଜାନ୍‌ ଅମୃତସରରୁ କର୍ତ୍ତାରପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କ କାର୍‌ଟି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ହିଁ ଦିଲ୍‌ଜାନ୍‌ଙ୍କର ମୃତ୍ୟୁ ଘଟିଥିଲା।

ସେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲ୍‌କୁ ନିିଆ ଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପରେ ପଞ୍ଜାମ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରି ନିଜର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ‘ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଯୁବ ପ୍ରତିଭା ପଞ୍ଜାବୀ ଗାୟକ ଦିଲଜାନଙ୍କ ମୃତ୍ୟୁ ମୋତେ ମର୍ମାହତ କରିଛି। ରାସ୍ତା ଉପରେ ଏଭଳି ଭାବେ ତାଙ୍କ ଜୀବନ ଚାଲିଯିବା ନିହାତି ଭାବେ ଏକ ଦୁଃଖଦ ବିଷୟ। ତାଙ୍କର ପରିବାର ଓ ସଂପର୍କୀୟଙ୍କୁ ମୋର ସମବେଦନା। ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ