ଖେଳ ଦେଶ ବିଦେଶ ରାଜ୍ୟ

କଟକ କ୍ରୀଡ଼ା ଇତିହାସ-ପରମ୍ପରା; ଆଉ ଆୟୋଜନ ହେଉନି ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

କଟକ: ରାଜ୍ୟରେ ଫୁଟବଲର ବିକାଶ କରିବା ପାଇଁ ତୃଣମୂଳସ୍ତରରୁ ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର। କଟକ କ୍ରୀଡ଼ାର ରାଜଧାନୀ ହୋଇଥିବାରୁ ଏହାର ଗଳିକନ୍ଦିରେ ଖେଳାଳି ଭର୍ତ୍ତି ହୋଇ ରହିଛନ୍ତି। କିନ୍ତୁ କ୍ରିକେଟ୍‌ର ଲୋକପ୍ରିୟତା ମଧ୍ୟରେ ଫୁଟବଲ ଭଳି ଏକ ଉତ୍କଣ୍ଠାପୂର୍ଣ୍ଣ ଖେଳର ପରିଚୟ ହ୍ରାସ ହେବାରେ ଲାଗିଛି। ଯଦିଓ କିଛି କ୍ରୀଡ଼ା ସ˚ଗଠକ ଓ କ୍ଲବ୍‌ରେ ଫୁଟବଲ୍‌କୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଉପରସ୍ତରରେ ସେଭଳି ଉଦ୍ୟମ ହେଉନଥିବା କୁହାଯାଉଛି।

କାରଣ ଫୁଟବଲକୁ ବଞ୍ଚାଇବାକୁ ହେଲେ ବିଦ୍ୟାଳୟସ୍ତରରୁ ପିଲାଙ୍କ ମଧ୍ୟରେ ଆଗ୍ରହ ବଢାଇବା ଦରକାର। ହେଲେ ବିଦ୍ୟାଳୟସ୍ତରରେ ଫୁଟବଲ ପ୍ରଶିକ୍ଷଣ କିମ୍ବା ପ୍ରତିଯୋଗିତା କଟକ ସହରରେ ଆଉ ଦେଖିବାକୁ ମିଳୁନି। ଶେଷ ଥର ପାଇଁ ସୁବୋଧ ସାହୁ ଓଡ଼ିଶା ଫୁଟବଲ ଆସୋସିଏସନ୍‌ର ସମ୍ପାଦକ ଥିବାବେଳେ ରାଜ୍ୟ ସ˚ଘ ପକ୍ଷରୁ ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହା ପରେପରେ ରାଜ୍ୟ ସ˚ଘର ନାମ ପରିବର୍ତ୍ତନ ହୋଇ ଫୁଟବଲ ଆସୋସିଏସନ୍‌ ଅଫ ଓଡ଼ିଶା ହୋଇଗଲା। ତଥାପି ଅନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା କରାଯାଇପାରିଲାନି।

ସହରରେ ପୂର୍ବତନ ଫୁଟବଲ ଖେଳାଳି ଅମରେନ୍ଦ୍ର ସି˚ହ ପ୍ୟାରିମୋହନ ଏକାଡେମୀ ପଡ଼ିଆରେ ବିଭିନ୍ନ ବିଦ୍ୟାଳୟରୁ ଖେଳାଳିଙ୍କୁ ଚୟନ କରି ପ୍ରଶିକ୍ଷଣ ଦେଉଥିଲେ ଓ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରୁଥିଲେ। କିଛି ବର୍ଷ ପର୍ଯ୍ୟନ୍ତ ଏହି ପରମ୍ପରା ଯୋଗୁଁ ସ୍କୁଲ୍‌ ଖେଳାଳିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ପ୍ରଶିକ୍ଷଣ ଅଧକ ଦିନ ଚାଲି ପାରିନଥିଲା। ପରେ ଓଡ଼ିଶା ଭେଟେରାନ ଫୁଟବଲ ପ୍ଲେୟାର୍ସ ଆସୋସିଏସନ୍‌ ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା କରିବା ଆରମ୍ଭ କରିଥିଲା। ବେଶ୍‌ କିଛି ବର୍ଷ ସୁରୁଖୁରୁରେ ପ୍ରତିଯୋଗିତା ଚାଲୁଥିଲେ ବି ସ˚ଘ ମଧ୍ୟରେ ଅର୍ନ୍ତଦ୍ବନ୍ଦ୍ବ ଦେଖାଦେବାରୁ ଖେଳ ବଳି ପଡ଼ିଯାଇଥିଲା। ଏବେ ଓଡ଼ିଶା ଭେଟେରାନ୍‌ ସ୍ପୋର୍ଟ୍ସ ପର୍ସନ୍ସ ଆସୋସିଏସନ୍‌ ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପ୍ରତ୍ୟେକ ବର୍ଷ ଆୟୋଜନ କରୁଛି। ଏହି ସ˚ଘ ପକ୍ଷରୁ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ପ୍ରତିଯୋଗିତା କରାଯାଉଛି।

କିନ୍ତୁ କଟକ ଜିଲ୍ଲା କ୍ରୀଡ଼ା ସ˚ସଦ ଜିଲ୍ଲାରେ ମୁଖ୍ୟ ସ˚ଗଠନ ଥିଲେ ବି ଏହାପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଗଲାନି। ତଥାପି ଅନେକ ବର୍ଷ ପରେ ଏବେ ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାରଙ୍କ ଉଦ୍ୟମକ୍ରମେ ଜିଲ୍ଲା କ୍ରୀଡ଼ା ସ˚ସଦ ପକ୍ଷରୁ ବିଡ଼ାନାସୀ ପଡ଼ିଆରେ ୧୪ ବର୍ଷରୁ କମ୍‌ ଖେଳାଳିଙ୍କୁ ନେଇ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଠାରେ ଦଳମାନଙ୍କୁ ବିିଭିନ୍ନ କ୍ଲବ୍‌ମାନଙ୍କ ନାମରେ ବାଣ୍ଟି ଦିଆଯାଇଥିଲା। ହେଲେ ବିଦ୍ୟାଳୟମାନଙ୍କରେ ଆଗ୍ରହ ବଢାଇବା ପାଇଁ ଅନ୍ତଃ ବିଦ୍ୟାଳୟ ଭଳି ଫୁଟବଲ ପ୍ରତିଯୋଗିତା କରାଯିବାର ଆବଶ୍ୟକତା ରହିଥିବା ଅନେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ