ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରରେ ମାର୍ଚ୍ଚରେ ୬ ଲକ୍ଷ ସଂକ୍ରମଣ ଦ୍ବିତୀୟ ଲକ୍‌ଡାଉନ୍‌ ପାଇଁ ପରାମର୍ଶ ମାଗିଲେ ମୁଖ୍ୟମନ୍ତ୍ରୀ ଏନ୍‌ସିପି, ବିଜେପିର ତୀବ୍ର ବିରୋଧ

ମୁମ୍ବାଇ: ମାର୍ଚ୍ଚ ମାସ ମହାରାଷ୍ଟ୍ର ପାଇଁ ମହାମାରୀର ସବୁଠୁ ବିପଜ୍ଜନକ । ଏହି ମାସରେ ସଂକ୍ରମଣ ପ୍ରାୟ ୬ ଲକ୍ଷ ଛୁଇଁବାକୁ ଯାଉଛି। ୨୯ ତାରିଖ ସୁଦ୍ଧା ୫,୯୦,୪୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଗତ ବର୍ଷ ସେପ୍ଟେମ୍ବରରେ ଏହି ରାଜ୍ୟରେ ସଂକ୍ରମଣ ୫,୯୩,୧୯୨ ଥିଲା। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ସଂକ୍ରମଣ ମାମଲା ବହୁତ କମ୍‌ ଥିଲା। କିନ୍ତୁ ମାର୍ଚ୍ଚ ସଂକ୍ରମଣ ଗତ ୪ ମାସର ସଂକ୍ରମଣକୁ ଟପିଯାଇଛି। ନଭେମ୍ବର ୨୦୨୦ରୁ ଫେବ୍ରୁଆରି ୨୦୨୧ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣ ୪,୮୭,୫୧୯ ଥିଲା।

ଅନ୍ୟପକ୍ଷେ କେବଳ ମାର୍ଚ୍ଚ ମାସର ସଂକ୍ରମଣ ପ୍ରାୟ ୬ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ୩୧,୬୪୩ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧୦୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ସର୍ବାଧିକ ୪୦ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦ୍ବିତୀୟ ଲକ୍‌ଡାଉନ୍‌ ପାଇଁ ପରାମର୍ଶ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ନିଜ ମେଣ୍ଟ ସହଯୋଗୀ ଏନ୍‌ସିପି ମଧ୍ୟ ବିରୋଧ କରିଛି। ବିଜେପି ପକ୍ଷରୁ ମଧ୍ୟ ଲକ୍‌ଡାଉନ୍‌କୁ ବିରୋଧ କରାଯାଇଛି। ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି, ଲକ୍‌ଡାଉନ୍‌ ହେଲେ ବିଜେପି ଆନ୍ଦୋଳନ କରିବ। ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଅନେକ ଲୋକ ବିଳମ୍ବରେ ଟେଷ୍ଟ୍‌ କରିବା ଯୋଗୁଁ ସ୍ଥିତି ବିଗିଡ଼ି ଯାଉଛି। ତେଣୁ ଗୁରୁତର ଅବସ୍ଥାରେ ରୋଗୀମାନେ ହସ୍ପିଟାଲ୍‌‌ରେ ଭର୍ତ୍ତି ହେଉଥିବାରୁ ଆଇସିୟୁ ଏବଂ ଅକ୍ସିଜେନ୍‌ ବେଡ୍‌ର ଅଭାବ ଦେଖାଦେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ