କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଏହି ମୁସ୍‌ଲିମ୍‌ ଦେଶରେ ୯୦୦ କୋଟି ଟଙ୍କାରେ ନିର୍ମାଣ ହେଉଛି ଭବ୍ୟ ହିନ୍ଦୁ ମନ୍ଦିର, ୨୦୨୩ରେ ଶେଷ ହେବ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ ୨୮/୦୩: ମୁସଲିମ୍‌ ଦେଶରେ ନିର୍ମାଣ ହେଉଛି ଭବ୍ୟ ହିନ୍ଦୁ ମନ୍ଦିର। ୨୭ ଏକର ଜମିରେ ନିର୍ମାଣ ହେଉଥିବା ମନ୍ଦିର ପାଇଁ ଖର୍ଚ୍ଚ ହେବ ୯୦୦ କୋଟି ଟଙ୍କା। ଆଗାମୀ ମାସ ଶେଷ ସୁଦ୍ଧା ମନ୍ଦିରର ଫାଉଁଡେସନ କାର୍ଯ୍ୟ ସମ୍ପନ୍ନ ହେବ ବୋଲି କୁହାଯାଉଛି। ତେବେ ମୁସଲିମ୍‌ ଦେଶରେ ବିଶାଳ ହିନ୍ଦୁ ମନ୍ଦିର ପ୍ରତିଷ୍ଠାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ପ୍ରୋଜେକ୍ଟ ଇଞ୍ଜିନିୟରଙ୍କ ଅନୁସାରେ ଫାଉଁଡେସନ୍‌ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଏହା ଭୂମିରୁ ୪.୫ ମିଟର ଉଚ୍ଚତାରେ ରହିଛି। ଏଥରେ ଦୁଇଟି ସୁଡ଼ଙ୍ଗ ରହିଛି। ସୁଡ଼ଙ୍ଗରେ ଲାଗିବାକୁ ଥିବା ପଥର ଭାରତରୁ ଯାଇଥିବା ଜଣାପଡ଼ିଛି। ଏପ୍ରିଲ୍‌ରେ ପ୍ରାଥମିକ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପଥର ଯୋଡ଼ା କାମ ଆରମ୍ଭ ହୋଇଯିବ। ଏହି ଭବ୍ୟ ହିନ୍ଦୁ ମନ୍ଦିର ୟୁଏଇରେ ନିର୍ମାଣ ହେଉଥିବା ବେଳେ ଏନେଇ ଆବୁ ଧାବୀର ବିଏପିଏସ୍‌ ହିନ୍ଦୁ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ଦିର କାର୍ଯ୍ୟରେ ଲାଗିବାକୁ ଥିବା ପଥର ପ୍ରାୟତଃ ଭାରତର ଗୁଜୁରାଟ ଏବଂ ରାଜସ୍ଥାନରୁ ଯାଇଛି। ଏହି ସବୁ ପଥରରେ ଭାରତର ସଂସ୍କୃତି ସାଙ୍ଗକୁ ଆରବ ପ୍ରତୀକ ଖୋଦିତ ହେବ। ଏଥିରେ ରାମାୟଣ, ମହାଭାରତ ସମେତ ହିନ୍ଦୁ ପୂରାଣର ପ୍ରସଙ୍ଗ ସମ୍ବନ୍ଧୀୟ ଚିତ୍ର ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ପ୍ରାଚୀନ ହିନ୍ଦୁ ଶୈଳୀରେ ମନ୍ଦିର ନିର୍ମାଣ ହେଉଛି। ମନ୍ଦିରରେ ୭ଟି ଶିଖର ରହିବ।

ମନ୍ଦିର ପାଇଁ ଗୋଲାପୀ ପଥର ରାଜସ୍ଥାନରୁ ଏବଂ ମାର୍ବଲ ଇଟାଲୀରୁ ଆସିବ। ୨୦୨୩ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ମନ୍ଦିର ପରିସରରେ ପର୍ଯ୍ୟଟକ କେନ୍ଦ୍ର, ପୂଜା ହଲ୍‌, ଲାଇବ୍ରେରୀ, କ୍ଲାସରୁମ୍‌, କମ୍ୟୁନିଟି ସେଣ୍ଟର, ପ୍ଲେ ଏରିଆ, ବଗିଚା, ଫୁଡ୍‌ କୋର୍ଟ , ବୁକ୍ସ ଏବଂ ଗିଫ୍ଟସ୍‌ ସପ୍‌ ସମେତ ତାମାମ ସୁବିଧା ରହିବ। ମନ୍ଦିର ନିର୍ମାଣ ହେଉଥିବା ଭିଡିଓ ମଧ୍ୟ ବିଏପିଏସ୍‌ ହିନ୍ଦୁ ମନ୍ଦିର ପକ୍ଷରୁ ସେୟାର କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ