କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଦ୍ୟପାନ କଲେ ପାଟିରୁ ବାହାରେ ଅନର୍ଗଳ ଇଂରାଜୀ, କାରଣ ଖୋଜି କାଢିଲେ ବୈଜ୍ଞାନିକ

ମଦ୍ୟପାନ ପରେ ଅନେକ ଲୋକଙ୍କ ବ୍ୟକ୍ତିତ୍ୱ ଅଚାନକ ବଦଳି ଯାଏ। କିଏ ଇଂରାଜୀରେ କଥାବାର୍ତ୍ତା କରିବା ବେଳେ କିଏ ନାଚ ତ କିଏ ଗିତ ଗୁଣଗୁଣାନ୍ତି। ତେବେ ଲୋକଙ୍କଠାରେ ଦେଖା ଯାଉଥିବା ଏପରି ପରିବର୍ତ୍ତନର ମନୋବୈଜ୍ଞାନିକ କାରଣ ସମ୍ପର୍କରେ ପ୍ରଥମ ଥର ଜଣାପଡିଛି। ଏକ ଗବେଷଣାରୁ ଲୋକଙ୍କ ଠାରେ ହେଉଥିବା ପରିବର୍ତ୍ତନର କାରଣ ଜଣାପଡିଥିବା ବେଳେ ଗବେଷଣାରୁ ଲବ୍ଧ ତଥ୍ୟ ସାଇନ୍ସ ମ୍ୟାଗଜିନ୍‌ ‘ଜର୍ଣ୍ଣାଲ ଅଫ ସାଇକୋଫର୍ମାକୋଲଜି’ରେ ପ୍ରକାଶିତ ହୋଇଛି।

କେତେକ ଲୋକ ମଦ୍ୟପାନ କରିବା ପରେ ଅନର୍ଗଳ ଇଂରାଜୀରେ କଥାବାର୍ତ୍ତା କରିଥାନ୍ତି। ଯାହାକି ସାଧାରଣ ସମୟରେ ସେମାନଙ୍କଠାରୁ ଆଶା ମଧ୍ୟ କରାଯାଏନା। ତେବେ ବୈଜ୍ଞାନିକ ଗବେଷଣାରୁ ଲୋକେ ଗୋଟିଏ ୨ଟି ପେଗ ନେବାପରେ ସେମାନଙ୍କଠାରେ ଥିବା ନର୍ଭସନେସ୍‌ ଦୂର ହୋଇଯାଇଥାଏ। ଏଣୁ ସାଧାରଣ ସମୟରେ ସେମାନେ ଯାହା କରି ନପାରନ୍ତି ବା ସେମାନଙ୍କଠାରୁ ଆଶା କରାଯାଏନା ତାହା କରିବସନ୍ତି। ଏଥିରେ କିଏ ସୁନ୍ଦର ସ୍ୱରରେ ଗୀତ ଗାଏ ତ ଆଉ କିଏ ବିନା ମ୍ୟୁଜିକରେ ନୃତ୍ୟ କରିବାରେ ଲାଗେ।

ଏହି ଗବେଷଣାରେ ମଦ୍ୟପାନ କରିବା ଦ୍ୱାରା ଲୋକଙ୍କ ସ୍ମୃତି ଶକ୍ତି ଓ ଧ୍ୟାନ ଉପରେ ପ୍ରଭାବ ପଡିଥାଏ ବୋଲି ଜଣାପଡିଛି। ଅନେକ ଲୋକେ ଭୁଲି ଯାଇଥିବା କଥା ମଦ୍ୟପାନ କରିବା ପରେ ମନେ ପକାଇ ବ୍ୟତିବ୍ୟସ୍ତ ହେଉଥିବାର ବି ଦେଖାଯାଏ। ଏଥିରେ ଲୋକଙ୍କ ବ୍ୟକ୍ତିତ୍ୱ ବଦଳିଯିବା ସହ ତାଙ୍କ ଆତ୍ମବିଶ୍ୱାସ ସ୍ତରରେ ଅଚାନକ ବୃଦ୍ଧି ହୁଏ। ଯେଉଁଥିଲାଗି ସେମାନେ ସାଧାରଣ ସମୟରେ କରି ପାରୁନଥିବା କାମ ମଦ୍ୟପାନ କରି ବେଶ ଆରାମରେ କରିବାରେ ଲାଗିଯାଆନ୍ତି ବୋଲି ଏହି ଗବେଷଣାରୁ ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,