ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିୟୁଟି ଟିପ୍ସ: ଗ୍ରୀଷ୍ମଜନିତ ତ୍ବଚା ସମସ୍ୟା ଲାଗି ହଳଦୀ-ନିମପତ୍ର ପେଷ୍ଟ୍ ଲଗାନ୍ତୁ

କଟକ: ଖରାର ‌ପ୍ରକୋପ ଧୀରେ ଧୀରେ ବଢ଼ୁଥିବାବେଳେ ଏହା ସହ ଗୁଳୁଗୁଳି ମଧ୍ୟ ହେଉଛି। ଫଳରେ ଦେହରୁ ଅଧିକ ଝାଳ ବାହାରି ଥାଏ। ଏବଂ ଏହାଦ୍ବାରା ଶରୀର ଜଳା ପୋଡ଼ା ହେବା ସହ ବହୁତ କୁଣ୍ତାଇ ହୋଇ ଦେହରେ ଫଳି ଯାଇଥାଏ। ଏଥି ପାଇଁ ବିଭିନ୍ନ ପ୍ରକାରର ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଏ। ହେଲେ ଏହା ପାଇଁ ଘରୋଇ ଉପଚାର ମଧ୍ୟ ରହିଛି। ଏହି ଘରୋଇ ସାମଗ୍ରୀ ବ୍ୟବହାର କରି ପୋଡ଼ା ଜଳା ଓ କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇ ପାରିବା।

୨୦ରୁ ୨୫ ଟି ନିମ ପତ୍ରରେ ଦୁଇ ଚାମଚ ହଳଦୀ ମିଶାଇ ତାହାକୁ ଭଲ ଭାବେ ବାଟି ଏକ ପେଷ୍ଟ ପ୍ରସ୍ତୁତ କରି ତାହାକୁ ପୋଡ଼ା ଜଳା ଓ କୁଣ୍ତାଇ ହେଉଥିବା ଜାଗାରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ତାହାକୁ ଲଗାଇ ରଖିବା ପରେ ଲଗାଇଥିବା ପେ‌ଷ୍ଟଟିକୁ କିଛି ସମୟ ହାତରେ ମସାଜ କରି ଭଲ ଭାବେ ପାଣିରେ ଧୋଇ ନିଅନ୍ତୁ। ଏହି ପକ୍ରିୟାକୁ ସପ୍ତାହକୁ ତିନି ଥର କରି ପାରି‌େବ। ଏହାସହ ଜଳାପୋଡ଼ା ଓ କୁଣ୍ତାଇ ହେବା ସ୍ଥାନରେ ବରଫ ୫ ମିନିଟ୍‌ ସମୟ ଯାଏ ଲଗାଇ ରଖି ପାର‌ିବେ। ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରଚୁର ପାଣି ପିଇବା ଅତ୍ୟନ୍ତ ଜରୁରୀ।

-ଅଞ୍ଜନା ମିଶ୍ର, ବିଉଟିସିଆନ୍‌
ସାଇଶ୍ରୀ ଲେଡ଼ିଜ୍‌ ବିୟୁଟି ପାର୍ଲର, ଚାଉଳିଆଗଞ୍ଜ

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ