ରାଶିଫଳ

ମୋଟାପା ଆପଣଙ୍କର ମୁଖ୍ୟ ସମସ୍ୟା ପାଲଟିଛି କି? ଆପଣାନ୍ତୁ ‌ଏହି ସବୁ ଉପାୟ

ମୋଟାପା ଏକ ବେମାରୀ ସଦୃଶ। ଟିକେ ସତର୍କ ନହେଲେ ଦେହରେ ଚର୍ବି ଲାଗିବା ଅତି ସାଧାରଣ କଥା। ମାତ୍ର ଆମେ ଚାହିଁଲେ ଛୋଟ ଛୋଟ ସଚେତନତା ଅବଲମ୍ବନ କରି ତାହାକୁ ରୋକିପାରିବା। ଓଜନ କମାଇବା ପାଇଁ ଆମକୁ କୌଣସି ଜିମ୍‌‌ ଜଏନ୍‌ କରିବାର ବା ଆମ ପ୍ରିୟ ଖାଦ୍ୟ ତ୍ୟାଗ କରିବାର ଆପଶ୍ୟକତା ପଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା କେଉଁ ସରଳ ଉପାୟ ଅବଲମ୍ବନ କରି ଆମେ ନିଜ ଓଜନକୁ ଆୟତ୍ତରେ ରଖିପାରିବା।

କେବଳ ଯେ ଫାଷ୍ଟ୍‍ଫୁଡ୍‌ ବା ତୈଳଯୁକ୍ତ ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ପାଇଥାଏ ତା ନୁହେଁ। ସର୍କରା ପରିମାଣ ଶରୀରରେ ବଢ଼ିଲେ ଚର୍ବି ବଢ଼େ ଓ ଚର୍ବି ବଢ଼ିଲେ ଓଜନ ବୃଦ୍ଧି ପାଏ। ତେଣୁ ଯେତେ ପାରୁଛନ୍ତି ମିଠା ଖାଇବା ଉପରେ ଆୟତ୍ତ ଲଗାନ୍ତୁ। ମିଠା ସବୁଠାରୁ ଅଧିକ ଓଜନ ବୃଦ୍ଧିକାରୀ ଉପାଦାନ ହୋଇଥାଏ।

ସକାଳ ଖାଇବା କେବେ ବି ଛାଡ଼ନ୍ତୁ ନାହିଁ। ସକାଳ ଖାଇବା ଖାଉନଥିବା ବ୍ୟକ୍ତିଙ୍କ ପକ୍ଷେ ଓଜନ ବଢ଼ିବାର ସମସ୍ୟା ଅଧିକ ରହିଛି। ଆପଣ ନିୟମିତ ଭାବେ ବ୍ରେକ୍‌ଫାଷ୍ଟ୍‍ ନିଅନ୍ତୁ। ଏହା ମଧ୍ୟ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇବ।

ବିଳମ୍ବିତ ରାତ୍ରିରେ ଶେଇବା ଓଜନ ବୃଦ୍ଧିର ଅନ୍ୟତମ କାରଣ ହୋଇଥାଏ। ଧ୍ୟାନ ଦିଅନ୍ତୁ ରାତି ୧୨ଟା ପରେ ଯେପରି ଆପଣ ନଚାହାନ୍ତି। ଶୀଘ୍ର ଶୋଇ ଶୀଘ୍ର ଉଠିବା କେବଳ ଓଜନ କ୍ଷେତ୍ରରେ ନୁହେଁ, ଅନ୍ୟ ସମସ୍ତ ଶାରୀରିକ ସମସ୍ୟାକୁ ମଧ୍ୟ ଦୂରେଇ ଦେଇଥାଏ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ