ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷା ନେଇ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ୩୨୨୧ ସେଣ୍ଟର ପାଇଁ ୧୪୦ଟି ସ୍କ୍ୱାର୍ଡ ଗଠନ

କଟକ ୨୬।୦୩ : ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିବା ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨ ପର୍ଯ୍ୟାୟରେ ସ୍କ୍ୱାଡ୍‌ ଗଠନ କରାଯାଇଛି ।

ସେହିପରି ଏଥର ବୋର୍ଡ ପକ୍ଷରୁ ୪୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କ ଦ୍ୱାରା ମୋଟ୍‌ ୧୦୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ଏହି ସ୍କ୍ୱାଡ୍‌ ପରୀକ୍ଷା ସେଣ୍ଟର ଏବଂ ପରିଚାଳନା ଉପରେ ନଜର ରଖିବ । ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓଙ୍କ) ସ୍ତରରେ ଗଠିତ ସ୍କ୍ୱାଡ୍‌ରେ ଓଇଏସ୍‌ ଅଫିସର ଏବଂ ବରିଷ୍ଠ ଶିକ୍ଷକଙ୍କ ସମେତ କଲେଜ୍‌ର ବରିଷ୍ଠ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି ।

ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସେଣ୍ଟର୍‌ ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି । ଜିଲ୍ଲା ସ୍ତରରେ ପ୍ରତି ସେଣ୍ଟର ପାଇଁ ନିୟୋଜିତ ଥିବା ପର୍ଯ୍ୟବେକ୍ଷକମାନେ ପରୀକ୍ଷା ପରିଚାଳନା ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିବେ । ଏପରିକି ସେଣ୍ଟର ଭିତକୁ ପରୀକ୍ଷାର୍ଥୀଙ୍କ ପ୍ରବେଶ, ଯାଞ୍ଚ, ଧାର୍ଯ୍ୟ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ଏବଂ ପରୀକ୍ଷାର୍ଥୀଙ୍କଠାରୁ ଉତ୍ତର ଖାତା ସଂଗ୍ରହ ପରେ ସୁରକ୍ଷିତ ଢଙ୍ଗରେ ପ୍ୟାକିଙ୍ଗ୍‌ କରାଯାଇ ନୋଡାଲ୍‌ ସେଣ୍ଟରରେ ପହଞ୍ଚାଇବା ଆଦି କାର୍ଯ୍ୟର ତଦାରଖ କରିବା କାର୍ଯ୍ୟ ସେଣ୍ଟର ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେଣ୍ଟରରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେଲେ ପର୍ଯ୍ୟବେକ୍ଷକମାନେ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଜଣାଇବା ଲାଗି ବ୍ୟବସ୍ଥା ରହିଛି । ସେହିପରି ବୋର୍ଡ ପକ୍ଷରୁ ଗଠିତ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ରାଜ୍ୟର ବିଭିନ୍ନ ସେଣ୍ଟର୍‌ ଏବଂ ନୋଡାଲ୍‌ ସେଣ୍ଟର ଯାଞ୍ଚ୍‌ କରି ନିୟମିତ ବ୍ୟବଧାନରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ୬ ଲକ୍ଷ ୨୯ ହଜାର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ୩୨୨୧ଟି ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି । ସେହିପରି ୬ଟି ଜୋନ୍‌ ସ୍ତରରେ ୩୨୭ଟି ନୋଡାଲ୍‌ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିର ମାଟ୍ରିକ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ପର୍ଯ୍ୟନ୍ତ ଚାଲିବ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି