ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ଗୁଜୁରାତି ଖାଆନ୍ତୁ, ସିଗାରେଟ୍ ଅଭ୍ୟାସରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର ୨୫/୦୩: ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥି ସହିତ ନିଶା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଦେଖିବାକୁ ଛୋଟ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ଦ୍ୱାରା ନିଶା ସେବନ ବା ନିକୋଟିନ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ବ୍ୟବହାର…

ତମାଖୁ ଉଦ୍ଭିଦରେ ଅତ୍ୟଧିକ ନିଶାର ରାସାୟନିକ ପଦାର୍ଥ ରହିଥାଏ । ଏହା ବିଶେଷକରି ସିଗାରେଟ୍ ର ଧୁଆଁ ମାଧ୍ୟମରେ ନିଶ୍ୱାସ ନେବା ଦ୍ୱାରା ଶରୀର ମଧ୍ୟକୁ ଯାଇଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ଧିରେ ଧିରେ କାମ କରିଥାଏ, ରକ୍ତଚାପ ବଢିଥାଏ, ଶ୍ୱାସକ୍ରିୟା ତୀବ୍ର ହେବାକୁ ଲାଗିଥାଏ, ଫୁସଫୁସକୁ କ୍ଷତି ପହଞ୍ଚାଇବା ସହିତ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ । ତେଣୁ ଏହାକୁ ନ ଖାଇବା ଭଲ । ଯଦି ଆପଣ ଏହି ନିଶା ଛାଡିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଆପଣ ଗୁଜୁରାତି କମ୍ବା ପାନମଧୁରୀ ବ୍ୟବହାର କରିପାରିବେ । ଏହା ନିଶା ସେବନ ଅଭ୍ୟାସରୁ ମୁକ୍ତି ଦେଇଥାଏ ।

ଗୁଜୁରାତିରେ ପୋଷକ ତତ୍ତ୍ୱ ସହିତ ଆଲଫା-ଟେର୍ପିନ୍, ଲିମୋନିନ୍, ମାଇକାନିନ ଏବଂ ମେଥୋଫୋନ୍ ଗୁଣ ରହିଥାଏ । ଏହାକୁ ଦିନକୁ ୪-୬ ଥର ଚୋବାନ୍ତୁ । ଏହି ନିଶା ଅଭ୍ୟାସ ଦୂର କରିବା ସହିତ ନିକୋଟିନ୍ ନମିଳିବା କାରଣରୁ ହେଉଥିବା ଅସ୍ଥିରତା ଏବଂ ଚିନ୍ତାରୁ ଆରାମ ଦେଇଥାଏ । ରାତିରେ ଭଲ ନିଦ ହେବା ସହିତ ମାନସିକ ଶାନ୍ତି ମିଳିଥାଏ । ଗୁଜୁରାତି ପରି ପାନମଧୁରୀ ମଧ୍ୟ ପୋଷକ ଏବଂ ଆୟୁର୍ବେଦିକ ଗୁଣରେ ଭରପୂର ହୋଇଥାଏ । ତେଣୁ ଏହାକୁ ଏକା ସାଥିରେ ଲଗାତାର ୭ ସପ୍ତାହ ଖାଇବା ଦ୍ୱାରା ନିଶା ଅଭ୍ୟାସରୁ ମୁକ୍ତି ମିଳିଥାଏ । ଏଥି ସହିତ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ଏବଂ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ