ଦେଶ ବିଦେଶ ମନୋରଞ୍ଜନ ରାଜନୀତି ସ୍ପେଶାଲ ରିପୋର୍ଟ

ପଶ୍ଚିମବଙ୍ଗ ନିର୍ବାଚନ : ଆଜି ମିଥୁନଙ୍କ ରୋଡ୍ ସୋ’, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍

କୋଲକାତା,୨୫/୦୩ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଚାର କରିବେ । ସେ ସର୍ବପ୍ରଥମେ ବାଙ୍କୁରା ଜିଲ୍ଲାର ଛଠନା ବିଧାନସଭା କ୍ଷେତ୍ରରେ ପ୍ରଚାର ଅଭିଯାନର ନେତୃତ୍ୱ ନେବେ । ଏହି ଅବସରରେ ସେ ବଙ୍ଗଲାର ମଠରୁ ରାଲି କରି ବାଂଲା ବଜାର, ବିଡିଓ ଅଫିସ୍ ଦେଇ ହେଲିପ୍ୟାଡ୍ ଯାଏଁ ରୋଡସୋ କରିବେ ।

ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଓ ଟିଏମସି ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳୁଛି । ଉଭୟ ଦଳ କେହି କାହାରିକୁ ଛାଡିବାକୁ ନାରାଜ । ଏକଦା ପଶ୍ଚିମବଙ୍ଗରେ ବ୍ୟାକଫୁଟରେ ଥିବା ବିଜେପି ଏବେ ଟିଏମସିର ନିଦ ହଜାଇ ଦେଇଛି । ଏପରିକି ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଗଡ ରଖିବାକୁ ଉଦ୍ୟମ କରୁଛନ୍ତି । ଟିଏମସିର ଅନେକ ବିଧାୟକ, ସାଂସଦ ଓ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଦଳରେ ମିଶାଇବା ଦ୍ୱାରା ବିଜେପିର ଶକ୍ତି ବୃଦ୍ଧି ଘଟିଛି । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ପଦ୍ମ ଧରିଛନ୍ତି । ସେ ପ୍ରାର୍ଥୀ ନହୋଇଥିଲେ ବି ଦଳ ପାଇଁ ପ୍ରଚାର କରୁଛନ୍ତି ।

ମିଥୁନ ଗୁରୁବାର ବାଙ୍କୁରା ଜିଲ୍ଲାର ଛଠନାରେ ପ୍ରଚାର କରିବେ । ଏହାପରେ ସେ ଜିଲ୍ଲାର ସଲତୋରା ବିଧାନସଭା ଅନ୍ତର୍ଗତ ଅସୁରିଆ-ସଲତୋଡା-ଦୁର୍ଲଭପୁର ହେଲିପ୍ୟାଡ୍ ଯାଏଁ ପଦଯାତ୍ରା କରିବେ । ଏହାପରେ ଝାରଗ୍ରାମ ଜିଲ୍ଲାରେ ଝାରଗ୍ରାମ ବିଧାନସବା ଅଧିନରେ ଥିବା ଶାରଦା ବିଦ୍ୟାପୀଠ ରାମକୃଷ୍ଣରୁ ଜାମଦା ପେଟ୍ରୋଲ ପମ୍ପ୍ ଯାଏଁ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ