ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ରେଳ ଷ୍ଟେସନରେ ହେବ ଥର୍ମାଲ ସ୍କ୍ରିନିଂ

ଖଲ୍ଲିକୋଟ ୨୪।୩: ମହାରାଷ୍ଟ୍ର, ଗୁଜୁରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନ ସଂକ୍ରମଣ ବୃଦ୍ଧି ପାଉଛି। ଏଥିସହ ଜିଲ୍ଲାରେ ଆଗକୁ ଦଣ୍ଡନାଚ, ତାରାତାରିଣୀ ଯାତ୍ରା, ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ହେବାକୁ ଯାଉଛି । ଏଥିପାଇଁ କରୋନା ହଟସ୍ପଟ ଅଞ୍ଚଳରୁ ଟ୍ରେନ୍ ଯୋଗେ ବହୁ ଯାତ୍ରୀ ବ୍ରହ୍ମପୁର, ଛତ୍ରପୁର ଓ ଖଲ୍ଲିକୋଟ ଷ୍ଟେସନରେ ଓହ୍ଲାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ବ୍ରହ୍ମପୁର ଷ୍ଟେସନରେ ଟ୍ରେନରୁ ଆସୁଥିବା ପ୍ରବାସୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ଛତ୍ରପୁର ଓ ଖଲ୍ଲିକୋଟ ଷ୍ଟେସନରେ ମଧ୍ୟ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଏସବୁ ସତ୍ତ୍ବେ ଛତ୍ରପୁର କିମ୍ବା ଖଲ୍ଲିକୋଟରେ ଏହିସବୁ କରାଯାଉନଥିବା ଦେଖିବାକୁ ମିଳିଛି । ସୁରଟ, ମହାରାଷ୍ଟ୍ର, ବେଙ୍ଗାଲୁରୁରୁ ଟ୍ରେନ୍ ଯୋଗେ ବହୁ ଯାତ୍ରୀ ଦୈନନ୍ଦିନ ଏହି ଷ୍ଟେସନ ମାନଙ୍କରେ ଓହ୍ଲାଉଥିଲେ ବି କୌଣସି ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉନଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ