ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିୟୁଟି ଟିପ୍ସ: ଜାଣନ୍ତୁ ହେୟାର ଷ୍ଟ୍ରେଟ୍‌ନିଙ୍ଗ କରିବାର ଘରୋଇ ଉପଚାର

କଟକ: ମହିଳାମାନେ ସବୁବେଳେ ସୁନ୍ଦର ଓ ଭିନ୍ନ ଦେଖାଯିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଏବେ ଟ୍ରେଣ୍ଡରେ ହେୟାର ଷ୍ଟ୍ରେଟ୍‌ନିଙ୍ଗ ଚାଲିଥିବାରୁ ଅଧିକାଂଶ ମହିଳା ଏଥିପାଇଁ ପାର୍ଲର ଯାଇ ହେୟାର ଷ୍ଟ୍ରେଟ୍‌ନିଙ୍ଗ କରୁଛନ୍ତି। କିନ୍ତୁ ଏଥିପାଇଁ ବହୁ ମାତ୍ରାରେ କେମିକାଲ ବ୍ୟବହାର ହେଉଥିବାରୁ ଅନେକ ମହିଳା ତାହା କରିବାକୁ ପସନ୍ଦ ମଧ୍ୟ କରିନଥାନ୍ତି। ତେବେ ବିନା କୌଣସି କେମିକାଲ ବ୍ୟବହାରରେ ଘରୋଇ ଜିନିଷ ବ୍ୟବହାର କରି ଘରେ ରହି ବି ହେୟାର ଷ୍ଟ୍ରେଟ୍‌ନିଙ୍ଗ କରି ହେବ।

ଏଥିପାଇଁ ପ୍ରଥମେ ଏକ ପାତ୍ରରେ ୫ ରୁ ୬ ଚାମଚ ଦହି ନେବେ। ଏଥିରେ ଗୋଟେ କଞ୍ଚା ଅଣ୍ଡାକୁ ଭାଙ୍ଗି ସେଥିରେ ପକାଇବେ। ୨ ଚାମଚ ନଡ଼ିଆ ତେଲ, ଦୁଇ ଚାମଚ ଜଡ଼ା ତେଲ‌ ଓ ଗୋଟେ ଚାମଚ ଲେମ୍ବୁ ରସକୁ ମିଶାଇ ସେଥିରେ ୨ ରୁ ୩ ଚାମଚ କର୍ଣ୍ଣଫ୍ଲାୱାର ପକାଇ ଭଲ ଭାବେ ମିଶ୍ରଣ କରିବେ। ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ଏହି ପେଷ୍ଟଟିକୁ ରଖିବେ। ପରେ ଚୁଟିରେ ଏହି ପେଷ୍ଟଟିକୁ ଲଗାଇ ଅଧଘଣ୍ଟା ସମୟ ପର୍ଯ୍ୟନ୍ତ ଛାଡିଦେବେ। ଚୁଟିକୁ ଭଲ ଭାବେ ସାମ୍ପୋ କରି ଧୋଇନେଇ ବଜାରରେ ମିଳୁଥିବା ସେରମ ୨ ରୁ ୩ ବୁନ୍ଦା ଚୁଟିରେ ଲଗାଇବେ। ଏହି ପକ୍ରିୟା ସପ୍ତାହକୁ ଥରେ କରିବା ଫଳରେ ଚୁଟି ଷ୍ଟ୍ରେଟ ଓ ସାଇନିଂ ହୋଇଥାଏ।
ମିନାକ୍ଷୀ ବିଶ୍ବାସ, ବିଉଟିସିଆନ
ମିନାକ୍ଷୀ ମେକ୍‌ଓଭର ସେଲୁନ୍‌
ଆଣ୍ତ ସ୍ପା; ସିଡ଼ିଏ-୭

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ