ଭୁବନେଶ୍ବର ୨୩।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସରକାରୀ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ମଙ୍ଗଳବାର ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା । ଘରୋଇ ବିଦ୍ୟାଳୟରେ ମନମୁଖୀ ଫି’ ଆଦାୟର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ ।
ରାଜ୍ୟ ସରକାର କରୋନା ମହାମାରୀ ସମୟରେ ଘରୋଇ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ କରନ୍ତୁ ଅଥବା ସରକାର ନିଜେ ବହନ କରନ୍ତୁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରିଛି । ଏହି ସମୟରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ । ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରି ନେଇ ଯାଇଥିଲା ।

