ଭୁବନେଶ୍ୱର ୨୨/୦୩ : ହୋଲିକା ଦହନରେ ସବୁ ପ୍ରକାର ଖରାପ ଜିନିଷକୁ ଓ ଚିନ୍ତାଧାରାକୁ ଦହନ କରାଯାଇଥାଏ। ହୋଲିକା ଦହନରେ କରାଯାଉଥିବା ପୂଜା ଜୀବନର ଅନେକ କଷ୍ଟ ଦୂର କରିଥାଏ। ଯେଉଁମାନଙ୍କ ଜୀବନରେ ଧନ, ଋଣ, ରୋଗ, କ୍ୟାରିଅର ଓ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଥିଲେ ହୋଲିକା ଦହନରେ ବିଶେଷ ଦୃଷ୍ଟି ରଖନ୍ତୁ।
ପାଞ୍ଜି ଅନୁଯାୟୀ, ଏଥର ହୋଲିକା ଦହନ ମାର୍ଚ୍ଚ ୨୮ ତାରିଖ ରବିବାର ଦିନ ପଡୁଛି। ଏହିଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି। ଦେବା ଗୁରୁ ବୃହସ୍ପତି ମକର ରାଶିରେ ଶନିଦେବଙ୍କ ସହ ରହିବେ। ଗ୍ରହମାନଙ୍କ ଅଧିପତି ସୂର୍ଯ୍ୟ ମୀନ ରାଶିରେ ସୁଖ ସୁବିଧାର କାରକ ଗ୍ରହ ଶୁକ୍ରଙ୍କ ସହ ବିରାଜମାନ ରହିବେ। ହୋଲିକା ଦହନ ପରେ ୨୯ ତାରିଖ ଷୋମବାର ଦିନ ରଙ୍ଗର ପର୍ବ ହୋଲି ପାଳନ କରାଯିବ। ହୋଲିକା ଦହନ ରାଶି ଅନୁସାରେ ଶୁଭ ମୁହୂର୍ତ୍ତରେ କଲେ ଶୁଭ ଫଳ ପ୍ରାପ୍ତ ହୋଇପାରେ।
ପାଞ୍ଜି ଅନୁସାରେ ହୋଲିକା ଦହନ ଶୁଭ ମୁହୂର୍ତ୍ତ ମାର୍ଚ୍ଚ ୨୮ ତାରିଖ ସନ୍ଧ୍ୟା ୬ଟା ୩୭ ମିନିଟରୁ ରାତି ୮ଟା ୫୬ ମିନିଟ ଯାଏଁ ରହିଛି। ଅର୍ଥାତ ୨ ଘଣ୍ଟା ୨୦ ମିନିଟ ଯାଏଁ ରହିବ। ଏହି ମୁହୂର୍ତ୍ତରେ ହୋଲିକା ଦହନ କରିବା ଅତ୍ୟନ୍ତ ଶୁଭ।
ମେଷ – ମେଷ ରାଶି ବ୍ୟକ୍ତି ବବୁଲ କାଠରେ ହୋଲିକା ଦହନ କରନ୍ତୁ। ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ ମିଳିବ।
ବୃଷ – ବୃଷ ରାଶିରେ ଅଙ୍ଗାରକ ଯୋଗ ନିର୍ମାଣ ହେଉଛି। ମଙ୍ଗଳ ଓ ରାହୁ ଏକସଙ୍ଗେ ଥିବାରୁ ଏହି ଯୋଗ ନିର୍ମାଣ ହୋଇଥାଏ। ବୃଷ ରାଶି ବ୍ୟକ୍ତି ଡିମ୍ବିରି କାଠରେ ହୋଲିକା ଦହନ କରନ୍ତୁ। କାର୍ଯ୍ୟରେ ହେଉଥିବା ବାଧା ଦୂର ହେବ।
ମିଥୁନ – ହୋଲିକା ଦହନ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ କରିବା ଉଚିତ। ଅପାମାର୍ଗ ଓ ଗହମ ଘାସରେ ହୋଲିକା ଡାହାଣ କରନ୍ତୁ। ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।
କର୍କଟ – ଚାକିରୀ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ କରିବାକୁ କର୍କଟ ରାଶି ବ୍ୟକ୍ତି ପଳାସ କାଠରେ ହୋଲିକା ଦହନ କରନ୍ତୁ।
ସିଂହ – ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ସିଂହ ରାଶି ବ୍ୟକ୍ତି ଅରଖ କାଠରେ ହୋଲିକା ଦହନ କରନ୍ତୁ। ହୋଲିକା ଡାହାଣ ସମୟରେ ପିତୃଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ।
କନ୍ୟା – କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ମୁଖୀନ ହେଉଥିଲେ କନ୍ୟା ରାଶି ବ୍ୟକ୍ତି ଅପାମାର୍ଗ କାଠରେ ହୋଲିକା ଦହନ କରନ୍ତୁ। ଏହାସହ ସମସ୍ତ ଦେବାଦେବୀଙ୍କୁ ସ୍ମରଣ କରନ୍ତୁ।
ତୁଳା – ପ୍ରତିଦ୍ବନ୍ଦୀ ସମସ୍ୟା ସୃଷ୍ଟି କରୁଥିଲେ ତୁଳା ରାଶି ବ୍ୟକ୍ତି ଡିମ୍ବିରି କାଠରେ ହୋଲିକା ଦହନ କରନ୍ତୁ।
ବିଛା – ବିଛା ରାଶି ବ୍ୟକ୍ତି ମାନସିକ ଅବସାଦ ଓ ଭ୍ରମ ସ୍ଥିତି ଦୂର କରିବାକୁ ବବୁଲ କାଠରେ ହୋଲିକା ଦହନ କରନ୍ତୁ। ନିଶ୍ଚୟ ଲାଭ ମିଳିବ।
ଧନୁ – ଉଚ୍ଚ ପଦବୀ ପ୍ରାପ୍ତ ପାଇଁ ଆସୁଥିବା ବାଧା ଦୂର କରିବାକୁ ଧନୁ ରାଶି ବ୍ୟକ୍ତି ଅଶ୍ୱଥ କାଠରେ ହୋଲିକା ଦହନ କରନ୍ତୁ। ଏହାସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।
ମକର – ଶନି ଓ ବୃହସ୍ପତି ମକର ରାଶିରେ ଗୋଚର କରିଛନ୍ତି ଏବଂ ଶନିଙ୍କ ସାଢେସାତୀ ମଧ୍ୟ ଚାଲିଛି। ମକର ରାଶି ବ୍ୟକ୍ତି ବରକୋଳି କିମ୍ବା ଅଁଳା କାଠରେ ହୋଲିକା ଦହନ କରନ୍ତୁ। ସମସ୍ୟା ଦୂର ହେବ।
କୁମ୍ଭ – ଋଣ ସମସ୍ୟା ଥିଲେ କୁମ୍ଭ ରାଶି ବ୍ୟକ୍ତି ବରକୋଳି କିମ୍ବା ଅଁଳା କାଠରେ ହୋଲିକା ଦହନ କରନ୍ତୁ।
ମୀନ – ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କିମ୍ବା ଅନ୍ୟ ବାଧା ସାମ୍ନା କରୁଥିଲେ ଅଶ୍ୱଥ କାଠରେ ହୋଲିକା ଦହନ କରନ୍ତୁ। ପିତୃ ପୁରୁଷଙ୍କୁ କୃତଜ୍ଞତା ଜଣାନ୍ତୁ।