ଖେଳ ଦେଶ ବିଦେଶ

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ପଦାର୍ପଣ କରିପାରନ୍ତି କୃଣାଲ ପାଣ୍ଡ୍ୟା, ଜାଣନ୍ତୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୨୨/୩: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପରେ ଭାରତ ଏବେ ଦିନିକିଆ ସିରିଜ୍ ଉପରେ ନଜର ରଖିଛି । ମାର୍ଚ୍ଚ ୨୩ ତାରିଖରୁ ଏହି ମୁକାବିଲା ଆରମ୍ଭ ହେବ । ବିଶ୍ୱର ନମ୍ବର ୨ ଦଳ ଭାରତ ନମ୍ବର ୧ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହେବ । ଉଭୟ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳାଯିବ । ଟେଷ୍ଟ୍ ଓ ଟି୨୦ ପରେ ଦିନିକିଆକୁ ମଧ୍ୟ କବଜା କରିବାକୁ ଲକ୍ଷ୍ୟ ରଖିବ ବିରାଟ ବାହିନୀ । ତେବେ ଦିନିକିଆ ସିରିଜରେ କୃଣାଲ ପାଣ୍ଡ୍ୟା ଦଳରେ ସ୍ଥାନ ପାଇପାରନ୍ତି ।

ଭାରତୀୟ ଦଳ କଥା କହିଲେ, କେଏଲ ରାହୁଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟସମ୍ୟାନ୍ ଭଲ ଖେଳୁଛନ୍ତି । ଇଂଲଣ୍ଡ ବ୍ୟତୀତ ଟି୨୦ରେ ରାହୁଲ ମାତ୍ର ୧୫ ରନ୍ କରିଥିଲେ । କିନ୍ତୁ ଏହାପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଖେଳିଥିଲେ । ଏପରିକି ଓ୍ୱିକେଟ କିପିଂରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ସେହିପରି ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ କୃଣାଲ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିପାରେ । ସେ ବିଜୟ ହଜାରେ ଟ୍ରଫିରେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଗୋଆ ବିପକ୍ଷରେ ସେ ୭୧, ତ୍ରିପୁରା ବିପକ୍ଷରେ ୧୨୭, ହାଇଦ୍ରାବାଦ ବିପକ୍ଷରେ ୫୫ ଓ ଛତିଶଗଡ ବିପକ୍ଷରେ ୧୩୩ ରନ୍ କରିଥିଲେ ।

ସେହିପରି ଇଂଲଣ୍ଡ ଦଳରେ ଜୋଫ୍ରା ଆର୍ଚର ଆହତ ଜନିତ କାରଣରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ମାର୍କ ବୁଡଙ୍କୁ ସୁଯୋଗ ମିଳିପାରେ । ସେ ଟି୨୦ ସିରିଜରେ ଦମଦାର୍ ପ୍ରଦର୍ଶନ କରିଥିଲେ ।

ଭାରତର ସମ୍ଭାବ୍ୟ ଏକାଦଶ-

ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧଓ୍ୱନ, ବିରାଟ କୋହଲି, ଶ୍ରେୟସ ଆୟାର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଟି ନଟରାଜନ, ଶାର୍ଦ୍ଦୁଳ ଟାକୁର ଓ ୟୁଜବେନ୍ଦ୍ର ଚହଲ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ