କଳା ଓ ସଂସ୍କୃତି ଧର୍ମ

ପାଞ୍ଚ ଶହ ବର୍ଷ ପରେ ଏଥର ହୋଲିରେ ପଡୁଛି ଦୁର୍ଲଭ ଯୋଗ

ଭୁବନେଶ୍ୱର ୨୦/୦୩ : ହିନ୍ଦୁ ଧର୍ମ ଗ୍ରନ୍ଥ ଅଣୁଅସ୍ତ୍ରଇ ପ୍ରତି ବର୍ଷ ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ହୋଲି ଉତ୍ସବ ପାଳନ କରାଯାଏ। ହୋଲି ପର୍ବ ବହୁତ ହର୍ଷ ଓ ଉଲ୍ଲାସର ସହ ପାଳନ କରାଯାଏ। ହୋଲି ରଙ୍ଗର ପର୍ବ। ହୋଲିକୁ ପାରସ୍ପରିକ ପ୍ରେମ ଏବଂ ସମନ୍ୱୟର ପର୍ବ ବୋଲି କୁହାଯାଏ। ଏହି ଦିନ ମତଭେଦ ଓ କଳହ ଭୁଲି ଲୋକେ ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ପୂର୍ଣ୍ଣିମା ରାତିରେ ହୋଲିକା ଦହନ ହୋଇଥାଏ। ପୂର୍ଣ୍ଣିମା ଆରଦିନ ଅର୍ଥାତ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ହୋଲି ଖେଳାଯାଏ। ଏଥର ହୋଲି ମାର୍ଚ୍ଚ ୨୯ ତାରିଖ ଷୋମବାର ଦିନ ପଡୁଛି। ୨୮ ତାରିଖ ରାତିରେ ହୋଲିକା ଦହନ କରାଯିବ।

ଏଥର ହୋଲିରେ ୫୦୦ ବର୍ଷ ପରେ ଅତ୍ୟନ୍ତ ଦୁର୍ଲଭ ଯୋଗ ରହିଛି। ଏହାସହ ଦୁଇଟି ଖାସ ସଂଯୋଗ ମଧ୍ୟ ରହିଛି। ହିନ୍ଦୁ ପାଞ୍ଜି ଅନୁସାରେ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ହୋଲି ପଡୁଛି। ଏହିଦିନ ଧ୍ରୁବ ଯୋଗ ରହିଛି। ଏହିଦିନ ସର୍ବାର୍ଥସିଦ୍ଧି ଯୋଗ ସହ ଅମୃତସିଦ୍ଧି ଯୋଗ ମଧ୍ୟ ରହିଛି। ୫୦୦ ବର୍ଷ ପରେ ଏହିଭଳି ଦୁର୍ଲଭ ଯୋଗ ଆସିଛି। ଏହା ପୂର୍ବରୁ ୧୫୨୧ ମାର୍ଚ୍ଚ ୩ ତାରିଖରେ ଏହିଭଳି ଦୁର୍ଲଭ ଯୋଗ ପଡିଥିଲା।

ଏଥର ହୋଲିରେ ଧ୍ରୁବ ଯୋଗ ନିର୍ମାଣ ହେଉଛି। ଚନ୍ଦ୍ରମା କନ୍ୟା ରାଶିରେ ଗୋଚର କରିବେ। ଗୁରୁ ଓ ଶନି ମକର ରାଶିରେ ଅଛନ୍ତି। ଶୁକ୍ର ଓ ସୂର୍ଯ୍ୟ ମୀନ ରାଶିରେ ବିରାଜମାନ କରିବେ। ଅନ୍ୟ ଗ୍ରହମାନଙ୍କ ସ୍ଥିତି ଏହିଭଳି-ମଙ୍ଗଳ ଓ ରାହୁ ବୃଷ ରାଶିରେ, ବୁଧ କୁମ୍ଭ ରାଶିରେ ଓ ମୋକ୍ଷ କାରଣରୁ କେତୁ ବିଛା ରାଶିରେ ବିରାଜମାନ ହେବେ। ଗ୍ରହମାନଙ୍କର ଏହି ସ୍ଥିତି ଯୋଗୁଁ ଧ୍ରୁବ ଯୋଗ ସୃଷ୍ଟି ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ