କଳା ଓ ସଂସ୍କୃତି ଧର୍ମ

‘ମହାଳୟା’ର ମହତ୍ତ୍ୱ ଓ ନାମତତ୍ତ୍ୱ

ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି।
‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ। ଏହି ପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ। ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ‘ମହାଳୟ’।
ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ। ବିଶେଷ କରି ଅମାବାସ୍ୟା ଦିନ ‘ମହାଳୟ’ ନିବାସୀ ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଏହାର ନାମ ‘ମହାଳୟା’।
ପାରମ୍ପରିକ ବିଧି ଅନୁସାରେ, ପିତୃକୁଳର ତିନିପୁରୁଷ ଓ ମାତୃକୁଳର ତିନିପୁରୁଷ- ଏହିପରି ଷଡ଼୍ପୁରୁଷଙ୍କୁ ଏହି ଶ୍ରାଦ୍ଧ ଓ ତର୍ପଣ କରାଯାଇଥାଏ। ବିଶେଷ କରି ମାତୃକୁଳର ତିନି ପୁରୁଷଙ୍କୁ ଏହିଦିନ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଲୋକମୁଖରେ ଏହିଦିନର ଶ୍ରାଦ୍ଧ ‘ମଉଳା ଶ୍ରାଦ୍ଧ’ ଭାବରେ ମଧ୍ୟ ପରିଚିତ ହୋଇଛି।
ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯଥାକାଳରେ ଯେଉଁ ଦ୍ରବ୍ୟ ତ୍ୟାଗ କରାଯାଏ, ତାହାକୁ ଶ୍ରାଦ୍ଧ କୁହାଯାଏ। ‘ଶ୍ରଦ୍ଧା’ରେ ତାହା ପ୍ରଦତ୍ତ ହୁଏ ବୋଲି ତାହା ‘ଶ୍ରାଦ୍ଧ’। ପିତୃଗଣ ଶ୍ରଦ୍ଧାରେ ପ୍ରଦତ୍ତ ସେହିସବୁ ଦ୍ରବ୍ୟଦ୍ୱାରା ତୃପ୍ତ ହୁଅନ୍ତି। ସେହିପରି ଶାସ୍ତ୍ରବାକ୍ୟ ଅଛି, “ତୃପ୍ୟନ୍ତେ ଅନେନ ଜଳେନ ଇତି ତର୍ପଣମ୍।” ଅର୍ଥାତ୍, ବିନା କୌଣସି ଦ୍ରବ୍ୟରେ, କେବଳ ଜଳ ଅର୍ପଣ ଦ୍ୱାରା ମଧ୍ୟ ପିତୃଗଣ ତୃପ୍ତ ହୁଅନ୍ତି। ଶ୍ରଦ୍ଧାର ସହିତ ଅର୍ପଣ କରାଯାଉଥିବାରୁ ତାହା ‘ତର୍ପଣ’।
ଏଣୁ ଆଶ୍ୱିନ କୃଷ୍ଣପକ୍ଷରେ, ବିଶେଷ କରି ଅମାବାସ୍ୟା ତିଥିରେ ପିତୃଗଣଙ୍କୁ ଶ୍ରାଦ୍ଧ ଓ ତର୍ପଣ କରିବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ‘ମହାଳୟ’ବାସୀ ପିତୃଗଣଙ୍କର ଶ୍ରାଦ୍ଧତର୍ପଣର ବିଶେଷ ତିଥି ହେତୁ ଦିନଟି ‘ମହାଳୟା’।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ