ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଚିନ୍ତା ବଢାଇଲା କଟକରେ ହଷ୍ଟେଲ ସଂକ୍ରମଣ, ୧୦ଦିନ ଯାଏଁ କଲେଜ ବନ୍ଦ

କଟକ ୧୮।୦୩: କଟକରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ । ଗୋଟିଏ ହଷ୍ଟେଲ୍‌ରୁ ୧୨ଜଣ କରୋନା ପଜିଟିଭ୍‌ ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ତୁରନ୍ତ ହଷ୍ଟେଲ୍‌ ବାସ କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ ରହିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତଙ୍କ ଟେଷ୍ଟିଂ ଆରମ୍ଭ ହୋଇଛି । ସେପଟେ ଆସନ୍ତା ୧୦ ଦିନ ଯାଏଁ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଖବର ଅନୁଯାୟୀ, କଟକ ଏକ ଘରୋଇ କଲେଜ ହଷ୍ଟେଲ୍‌ରୁ ୧୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ କଣ୍ଟାକ୍ଟ୍ର ଟେସିଂ ଆରମ୍ଭ ହୋଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ସମସ୍ତଙ୍କ ଟେଷ୍ଟିଂ ପାଇଁ ସିଏମ୍‌ସିର ଏକ ଟିମ୍‌ ହଷ୍ଟେଲ୍‌ରେ ପହଞ୍ଚିଛି । ସେହିପରି ହଷ୍ଟେଲ୍‌ ଓ କଲେଜ ପରିସରକୁ ସିଏମ୍‌ସି ପକ୍ଷରୁ ବିଶୋଧନ କରାଯାଉଛି । ଉକ୍ତ କଲେଜ ନିକଟରେ ଅନେକ ହଷ୍ଟେଲ୍‌ ଥିବାରୁ ତୁରନ୍ତ ତ୍ୱରିତ ପଦକ୍ଷେପ ନିଆଯଉଛି ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ମୋଟ ୮୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କଟକରୁ ୨୫ଜଣ କରୋନା ପଜିଟିଭ୍‌ ରହିଛନ୍ତି । କିଛି ଦିନର ଅନ୍ତରାଳ ପରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି