ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୧୩ ବର୍ଷୀୟ ଛାତ୍ର ସହ ଜବରଦସ୍ତ ବିବାହ କଲେ ଶିକ୍ଷୟତ୍ରୀ, ୬ ଦିନ ଏକାଠି ରହିଲେ, ତାପରେ…

ଜଳନ୍ଧର, ୧୮/୦୩: କୁହାଯାଏ ବାପା- ମାଙ୍କ ପରେ ଯିଏ ଜୀବନର ବାଟ ଦେଖାନ୍ତି ସିଏ ହେଉଛନ୍ତି ଗୁରୁ । କିନ୍ତୁ ଗୁରୁଙ୍କୁ ନେଇ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ପଞ୍ଜାବର ଜଳନ୍ଧର ସହରରେ । ଜଳନ୍ଧରର ଏକ ସ୍କୁଲ୍‌ରେ ଶିକ୍ଷୟତ୍ରୀ ଭାବେ ଚାକିରି କରିଥୁବା ଜଣେ ମହିଳା ୧୩ ବର୍ଷୀୟ ଛାତ୍ର ସହିତ ବଳପୂର୍ବକ ବିବାହ କରିଥିବା ଜଣାପଡ଼ିଛି ।

ସହରର ଏକ ବସ୍ତିରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ, ଉକ୍ତ ଶିକ୍ଷୟତ୍ରୀଙ୍କ ବାହାଘରରେ ବହୁତ ବିଳମ୍ବ ହେଉଥିଲା । ତେଣୁ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି । ତାଙ୍କୁ ଲାଗିଥିଲା ଯେ ଏପରି ଯଦି କରାଯାଏ ତେବେ ତାଙ୍କର ମାଙ୍ଗଳିକ ଦୋଷ ଦୂର ହୋଇଯିବ । ଏନେଇ ନାବଳକ ଛାତ୍ରର ପରିବାର ଥାନାରେ ଏଫ୍‌ଆଇଆର୍‌ ଦାଏର୍‌ କରିବା ପରେ ପୋଲିସ୍‌ ମାମଲା ରୁଜ୍ଜୁ କରିଛି ।

ଅଭିଯୋଗ ମୁତାବକ, ଶିକ୍ଷୟତ୍ରୀ ଜଣକ ଛାତ୍ରକୁ ଟ୍ୟୁସନ୍‌ର ଲୋଭ ଦେଖାଇ ୬ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ନିଜ ଘରେ ରଖିଥିଲେ ଏବଂ ବିବାହ କରିଥିଲେ । ଛାତ୍ରର ଘର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ମାଗଣାରେ ଛାତ୍ରଟିକୁ ପଢ଼ାଇବା ପାଇଁ ଶିକ୍ଷୟତ୍ରୀ ଜଣକ ତାଙ୍କ ପରିବାରକୁ କହିଥିଲେ । ଘର ଲୋକ ଏଥିରେ ରାଜି ହୋଇଯାଇଥିଲେ ।

ପୋଲିସ୍‌ ଏନେଇ କହିଛି ଯେ, ଛାତ୍ରକୁ ୬ ଦିନ ରଖି ବିବାହର ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ କରାଯାଇଥିଲା । ଏଥିରେ ହଳଦୀ-ମେହେନ୍ଦି ହେବା ସହିତ ଚଉଠି ରାତିର ନାଟକ ମଧ୍ୟ କରାଯାଇଥିଲା । ଏହାପରେ ପଣ୍ଡିତଙ୍କ କହିବା ମୁତାବକ ହାତରୁ ଚୁଡ଼ି ଭାଙ୍ଗି ତାଙ୍କୁ ବିଧବା କରାଯାଇଥିଲା ଏବଂ ଏଥି ପାଇଁ ଶୋକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।

ତେବେ ପୋଲିସ୍‌ରେ ମାମଲା ପରେ ଉକ୍ତ ଶିକ୍ଷୟତ୍ରୀ ଏବଂ ତାଙ୍କ ପରିବାର ଏବେ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି