ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କଟକରେ କରୋନା ବିସ୍ଫୋରଣ, ଘରୋଇ କଲେଜରୁ ୧୨ ପଜିଟିଭ୍ ଚିହ୍ନଟ

କଟକ୧୮।୦୩: କିଛି ଦିନରେ ନିରବତା ପୁଣି ଡରାଇଲାଣି କରୋନା । କଟକର ଏକ ଘରୋଇ କଲେଜରୁ ଏକାସାଙ୍ଗେ ୧୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାଫଳରେ କି ହଷ୍ଟେଲ୍‌ରେ ଏବେ କଣ୍ଟାକ୍ଟ୍ର ଟ୍ରେସିଂ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ୍‌ ହଷ୍ଟେଲ୍‌ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଖବର ଅନୁଯାୟୀ, କଟକରେ ଥିବା ଏକ ଘରୋଇ କଲେଜରେ କିଛି ଦିନ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଏବେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ୨୫ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।ତେବେ ପରୀକ୍ଷା ହୋଇଥିବା ନମୁନାରୁ ୧୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକି ଏବେ ଚିନ୍ତା ବଢାଇଦେଇଛି ।

ଖାସ୍‌ କରି ସହରର ପ୍ରମୁଖ ଅଞ୍ଚଳରେ ଥିବା ଏହି ଘରୋଇ କଲେଜ ପାଖରେ ଏକାଧିକ ଟ୍ୟୁଟରିଆଲ୍‌‌ ଏବଂ ଅନ୍ୟାନ୍ୟ ଶିକ୍ଷାଅନୁଷ୍ଠାନ ରହିଛି । ଯାହାକି ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏକା ସଙ୍ଗେ ଏତେ ଏତେ ସଂଖ୍ୟାରେ ପଜିଟିଭ୍‌ ବାହାରିବାରୁ ରାତି ଅଧିଆ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

ସେପଟେ ସିଏମ୍‌ସି କଣ୍ଟ୍ରୋଲ୍‌ ରୁମ୍‌ର କର୍ମଚାରୀମାନେ କଲେଜ ହଷ୍ଟେଲକୁ ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ , ଶିକ୍ଷୟିତ୍ରୀମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ସିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି । କଣ୍ଟାକ୍ଟ ଟ୍ରେସିଂ ପରେ ଆହୁରି ଅନେକଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢେ ତେବେ ବାଧ୍ୟ ହୋଇ କଲେଜକୁ କଣ୍ଟେନମେଣ୍ଟ୍‌ ଘୋଷଣା କରାଯିବ ବୋଲି ସିଏମ୍‌ସି ତରଫରୁ ସୂଚନା ଦିଆଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି