ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟେଷ୍ଟ, ଦିନିକିଆ ଏବଂ ଟି-ଟ୍ବେଣ୍ଟିରେ କେଉଁ ଟିମ୍‌ର ରହିଛି ଦବଦବା ? ୩ଟି ଫର୍ମାଟ୍‌ରେ ଟପ୍‌ରେ କେଉଁ ଖେଳାଳୀ ? ପଢନ୍ତୁ ଏହି ସ୍ପେଶାଲ ରିପୋର୍ଟ

ନୂଆଦିଲ୍ଲୀ ୧୬/୦୩ : କ୍ରିକେଟ ପାଗଳ ଦେଶ ହେଉଛି ଭାରତ । ତିନିଟି ଯାକ ଫର୍ମାଟରେ ଭାରତର ଦବଦବା ରହିଛି । ଏହା ସହିତ ଭାରତୀୟ ଖେଳାଳୀମାନେ ମଧ୍ୟ ରାଙ୍କିଂ ଟେବୁଲରେ ତ୍ରିରଙ୍ଗାକୁ ଉର୍ଦ୍ଧ୍ବରେ ରଖିବାକୁ ପଛାଇନାହାନ୍ତି । ପ୍ରଶଂସକମାନଙ୍କ ଭଲପାଇବା ଏବଂ ଉତ୍ସାହ ଖେଳାଳୀମାନଙ୍କୁ ପଡିଆ ମଧ୍ୟରେ ଭଲ ପ୍ରଦର୍ଶନ ପାଇଁ ବାଧ୍ୟ କରିଥାଏ । ଯାହାଫଳରେ ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ଏକ ପରିଚୟ ତିଆରି କରିଛି ଭାରତୀୟ କ୍ରିକେଟ ଟିମ ।

ଟେଷ୍ଟରେ ଭାରତୀୟ ଦଳ ୧୨୦ ପଏଣ୍ଟ ସହିତ ନଂ ୧ରେ ଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନ ଫାଇନାଲ ଖେଳିବ । ନ୍ୟୁଜିଲାଣ୍ଡ ୧୧୮ ପଏଣ୍ଟ ସହିତ ଦ୍ବିତୀୟ, ୧୧୩ ପଏଣ୍ଟ ସହ ଅଷ୍ଟ୍ରେଲିଆ ୩ୟ, ୧୦୬ ପଏଣ୍ଟ ସହିତ ଚତୁର୍ଥରେ ଇଂଲଣ୍ଡ, ୯୦ ପଏଣ୍ଟ ସହିତ ପାକିସ୍ତାନ ଟେଷ୍ଟ ରାଙ୍କିଂର ପଞ୍ଚମ ସ୍ଥାନରେ ରହିଛି ।

ସେହିଭଳି ଟେଷ୍ଟରେ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ୍‌ ୯୧୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ୮୯୧ ପଏଣ୍ଟ ସହ ଦ୍ବିତୀୟରେ ଷ୍ଟିଭ୍‌ ସ୍ମିଥ୍, ତୃତୀୟରେ ମାର୍ନସ୍ ଲାବୁସେନ୍‌, ୮୩୧ ପଏଣ୍ଟ ସହ ଚତୁର୍ଥରେ ଇଂଲଣ୍ଡର ଜୋଏ ରୁଟ୍‌ ଅଛନ୍ତି । ସେହିଭଳି ଭାରତର ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ପଞ୍ଚମ ଏବଂ ଋଷଭ ପନ୍ତ ୭୪୭ ପଏଣ୍ଟ ସହ ୭ମ ସ୍ଥାନରେ ଅଛନ୍ତି । ବୋଲିଂ କଥା କହିବାକୁ ଗଲେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୯୦୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ଭାରତର ରବିଚନ୍ଦ୍ରନ ଅଶ୍ବିନ ୮୫୦ ପଏଣ୍ଟ ସହ ଦ୍ବିତୀୟ ଏବଂ ନ୍ୟୁଜିଲାଣ୍ଟର ନିଲ୍‌ ଓ୍ବାଗନର ୮୨୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଭାରତର ଯଶପ୍ରୀତ ବୁମରାହ ୭୩୯ ପଏଣ୍ଟ ସହିତ ରାଙ୍କିଂର ୧୦ମ ସ୍ଥାନରେ ଅଛନ୍ତି । ଟେଷ୍ଟ କ୍ରିକେଟରେ ଅଲରାଉଣ୍ଡର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ଜେସନ୍‌ ହୋଲଡର । ଦ୍ବିତୀୟରେ ଇଂଲଣ୍ଡର ବେନ୍‌ ଷ୍ଟୋକସ୍‌, ୩ୟରେ ୩୮୬ ପଏଣ୍ଟ ସହ ଭାରତର ରବିଚନ୍ଦ୍ରନ ଅଶ୍ବିନ ଏବଂ ଚତୁର୍ଥରେ ୩୫୩ ପଏଣ୍ଟ ସହ ରବିନ୍ଦ୍ର ଜାଡେଜା ଅଛନ୍ତି ।

ଦିନିକିଆରେ ୧୨୩ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି ଇଂଲଣ୍ଡ ଟିମ । ୧୧୭ ପଏଣ୍ଟ ସହିତ ୨ୟ ସ୍ଥାନରେ ଭାରତ, ୩ୟରେ ନ୍ୟୁଜିଲାଣ୍ଡ, ୪ର୍ଥରେ ଅଷ୍ଟ୍ରେଲିଆ, ୫ମରେ ରହିଛି ଦକ୍ଷିଣ ଆଫ୍ରିକା ।

ଦିନିକିଆରେ ଭାରତୀୟ କ୍ରିକେଟର ସ୍ବତନ୍ତ୍ର ଦବଦବା ରହିଛି । ବ୍ୟାଟ୍ସମ୍ୟାନ ଭାବେ ଅଧିନାୟକ ବିରାଟ କୋହଲି ୮୭୦ ପଏଣ୍ଟ ସହିତ ପ୍ରଥମ ଏବଂ ୮୪୨ ପଏଣ୍ଟ ସହିତ ଭେଟେରାନ୍‌ ରୋହିତ ଶର୍ମା ୨ୟ ସ୍ଥାନରେ ଅଛନ୍ତି । ତୃତୀୟରେ ଅଛନ୍ତି ପାକିସ୍ତାନର ବାବର ଆଜମ । ସେହିଭଳି ବୋଲିଂ ତାଲିକାରେ ପ୍ରଥମରେ ଅଛନ୍ତି ୭୨୨ ପଏଣ୍ଟ ସହ ନ୍ୟୁଜିଲାଣ୍ଟର ସ୍ପିଡ୍‌ ଷ୍ଟାର ଟ୍ରେନ୍ଟ ବୋଲଟ୍‌ । ୨ୟରେ ଆପଗାନିସ୍ତାନର ମୁଜିବୁର ରେହମାନ ୭୦୮ ପଏଣ୍ଟ, ୭୦୦ ପଏଣ୍ଟ ସହ ତୃତୀୟରେ ଅଛନ୍ତି ଭାରତର ଯଶପ୍ରୀତ ବୁମରାହ । ସେହିଭଳି ଅଲରାଉଣ୍ଟର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ବାଂଲାଦେଶର ସାକିବୁଲ ହାସନ । ୨ୟରେ ଆଫଗାନିସ୍ଥାନର ମହମ୍ମଦ ନବୀ, ତୃତୀୟରେ ଇଂଲଣ୍ଡର କ୍ରିସ୍‌ ଓ୍ବକସ୍‌ । ରାଙ୍କିଂର ୮ମ ସ୍ଥାନରେ ଅଛନ୍ତି ଭାରତର ରବୀନ୍ଦ୍ର ଜାଡେଜା ।

ଟ୍ବେଣ୍ଟି-ଟେଣ୍ଟିରେ ମଧ୍ୟ ଇଂଲଣ୍ଡ ପ୍ରଥମ ସ୍ଥାନ ବଜାୟ ରଖିଛି । ୨୭୫ ପଏଣ୍‌ଟ ସହିତ ଇଂଲଣ୍ଡ ରାଙ୍କିଂର ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଭାରତ ୨୬୮ ପଏଣ୍ଟ ସହିତ ୨ୟ, ଅଷ୍ଟ୍ରେଲିଆ ୩ୟ, ପାକିସ୍ତାନ ୪ର୍ଥ, ନ୍ୟୁଜିଲାଣ୍ଡ ୫ମ ସ୍ଥାନରେ ରହିଛି ।

ଟ୍ବେଣ୍ଟି-ଟେଣ୍ଟି କ୍ରିକେଟ୍‌ରେ ଭାରତୀୟଙ୍କ ଦବଦବା ସେତେଟା ନଥିବାଭଳି ମନେହୁଏ । ବ୍ୟାଟ୍ସମ୍ୟାନ ଭାବେ ୯୧୫ ପଏଣ୍ଟ ସହ ଇଂଲଣ୍ଡର ଡାଓ୍ବିଡ୍‌ ମଲାନ ପ୍ରଥମ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ ୨ୟ ଭାରତୀ ଲୋକେସ୍‌ ରାହୁଲ ୩ୟ ସ୍ଥାନରେ ଅଛନ୍ତି । ସେହିଭଳି ଅଧିନାୟକ ବିରାଟ କୋହଲି ୬ଷ୍ଠ ସ୍ଥାନରେ ଅଛନ୍ତି । ବୋଲିଂ କଥା କହିବାକୁ ଗଲେ ଭାରତୀୟ ବୋଲରମାନଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ । ଟି-ଟ୍ବେଣ୍ଟି ବୋଲିଂ ରାଙ୍କିଂର ପ୍ରଥମ ସ୍ଥାନରେ ଅଛନ୍ତି ଆଫଗାନିସ୍ଥାନର ରାସିଦ ଖାନ । ୨ୟରେ ସାଉଥ ଆଫ୍ରିକାର ତାବ୍ରିଜ୍ ସାମି, ୩ୟରେ ଆଫଗାନିସ୍ଥାନର ମୁଜିବୁର ରେହମାନ ଅଛନ୍ତି । ତାଲିକାର ୧୦ମ ସ୍ଥାନ ମଧ୍ୟରେ କୌଣସି ଭାରତୀୟ ଖେଳାଳୀ ନାହାନ୍ତି । ଅଲରାଉଣ୍ଡର ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆଫଗାନିସ୍ଥାନର ମହମ୍ମଦ ନବୀ । ୨ୟରେ ବାଂଲାଦେଶର ସାକିବ-ଉଲ-ହାସନ, ୩ୟରେ କଙ୍ଗାରୁ ଟିମ୍‌ର ଗ୍ଲେନ୍ ମାକ୍ସଓ୍ବେଲ ଅଛନ୍ତି । ଅଲରାଉଣ୍ଡର ତାଲିକାର ୧୦ମ ସ୍ଥାନ ମଧ୍ୟରେ କୌଣସି ଭାରତୀୟ ନାହାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ