ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଫିନାଇଲ୍‌ ଓ ଧୂପକାଠି ଦେଇଛି ପରିଚୟ; ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ସୁନିନ୍ଦା

ନିଆଳି: ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ମହିଳାମାନଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ନିଆଳି ବ୍ଲକ୍‌ ଶଗଡ଼ାଇଲୋ ପଞ୍ଚାୟତ ଅନ୍ତର୍ଗତ କରଞ୍ଜ ଗ୍ରାମର ସୁନିନ୍ଦା ଖୁଣ୍ଟିଆ (୪୨)। କେବଳ ୧୫ ହଜାର ଟଙ୍କାର ମୂଳଧନରେ ସେ ଆରମ୍ଭ କରିଥିବା ଫିନାଇଲ୍ ଓ ଧୂପକାଠି ବ୍ୟବସାୟ ଏବେ ୨ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଛି। ଗତ ୨୦୧୫ ମସିହାରେ ଗ୍ରାମର ୧୪ଜଣ ମହିଳାଙ୍କୁ ନେଇ ସ୍ବୟଂସହାୟିକା ଗୋଷ୍ଠୀ ଗଠନ କରି ସୁନିନ୍ଦା ଆରମ୍ଭ କରିଥିଲେ ଧୂପକାଠି ଓ ଫିନାଇଲ୍ ବ୍ୟବସାୟ। ଗୋଷ୍ଠୀର ସଦସ୍ୟାମାନଙ୍କ ସହଯୋଗରେ ଏଥିପାଇଁ ପ୍ରଥମେ ୧୫ ହଜାର ଟଙ୍କା ବିନିଯୋଗ କରାଯାଇଥିଲା। ଏବେ ୨ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିବା ଏହି ବ୍ୟବସାୟରେ ୩୦ ଜଣ ମହିଳା ନିୟୋଜିତ ହୋଇଛନ୍ତି। ସଦସ୍ୟାମାନେ ମଧ୍ୟାହ୍ନ ପରେ ଏକତ୍ରିତ ହୋଇ ଧୂପକାଠି ଓ ଫିନାଇଲ୍ ପ୍ରସ୍ତୁତିରେ ଲାଗି ପଡ଼ନ୍ତି।

ଏଥିସହ ନିକଟବର୍ତ୍ତୀ ଅଞ୍ଚଳର ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ସେମାନେ ଧୂପକାଠି ଓ ଫିନାଇଲ୍ ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଇଥା’ନ୍ତି। କଞ୍ଚାମାଲ ଓ ନିର୍ମାଣ ପରବର୍ତ୍ତୀ ବିକ୍ରିରେ ସମସ୍ୟା ସତ୍ତ୍ବେ ମହିଳାମାନେ ହାର୍‌ ମାନି ନାହାନ୍ତି। ସରକାର ବଜାର ସୁବିଧା ଯୋଗାଇ ଦେଲେ ସେମାନେ ଆହୁରି ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ସୁନିନ୍ଦା। ଅପରପକ୍ଷରେ ମହାମାରୀ କୋଭିଡ୍ ସମୟରେ ୫ ହଜାରରୁ ଅଧିକ ମାସ୍କ ପ୍ରସ୍ତୁତ କରି ଗ୍ରାମାଞ୍ଚଳରେ ବିତରଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ