କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟିକା

ପୁରୀ: କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଜିଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ । ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ । ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକ ହଲରେ ଭ୍ୟାକ୍ସିନେସନ କ୍ୟାମ୍ପ କରାଯାଇଛି। ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି ।

୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକାକରଣ କରାଯାଉଛି । ୨ଟି କାଟାଗୋରୀରେ କେବଳ ପୁରୁଷମାନଙ୍କୁ ଏହି ସୁବିଧା ଦିଆଯିବ । ଆଜି ୧୦୦ଜଣ ସେବାୟତଙ୍କୁ ଟିକାକରଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ତେବେ ମାଗଣାରେ ସେବାୟତଙ୍କୁ ଟିକାକରଣ କରାଯିବ ।

କରୋନା ଯୋଗୁଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂଜା ଯେଭଳି ପ୍ରଭାବିତ ନହୁଏ ସେନେଇ ସେବାୟତମାନଙ୍କୁ ମାଗଣାରେ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ । ଏହାକୁ ବିଚାର କରି ଟିକାକରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,