ଦେଶ ବିଦେଶ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ: ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୋପାଳ: ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ। ଟିକା ବାହାରିବା ପରେ ସଂକ୍ରମଣ ହାର ଟିକେ କମ ହୋଇଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ହଠାତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଏବେ ପୁଣି ଥରେ ଅଧିକ କରୋନା ସଂକ୍ରମିତ ଥିବା ଅଞ୍ଚଳରେ କଟକଣା ଲଗାଉଥିବା ଦେଖାଯାଉଛି। ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ବଢ଼ାଯିବା ସହ ଏବେ ମଧ୍ୟପ୍ରଦେଶରେ ପୁଣି ଥରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ‌ଭୋପାଳ ଏବଂ ଇନ୍ଦୋରରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।

ଭୋପାଳ ଏବଂ ଇନ୍ଦୋର ସମେତ ୮ଟି ସହର- ଗ୍ୱାଲିୟର, ଜବଲପୁର, ଉଜୈନ, ରତ୍ଲାମ, ଛିନ୍ଦୱାରା, ବୁରହାନପୁର, ବେତୁଲ ଏବଂ ଖରଗୋନେରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ ହେବ। ରାତି ୧୦ଟା ପରେ ଜରୁରୀ ସେବାକୁ ଛାଡ଼ି ସମସ୍ତ ପ୍ରକାରର ଯାତାୟତ ଉପରେ କଟକଣା ରହିବ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରି ରାଜ୍ୟରେ କୋଭିଡ-୧୯ ସ୍ଥିତିର ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହ କରୋନା ଭୂତାଣକୁ ଗମ୍ଭୀରତାର ସହ ନେଇ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ