ଦେଶ ବିଦେଶ ମନୋରଞ୍ଜନ

ହାପି ବାର୍ଥ ଡେ’: ୧୮ ମାସ ଘରେ ବନ୍ଦ ଥିଲେ ହନି ସିଂହ, ପିଲାଦିନର ବାନ୍ଧବୀଙ୍କୁ ଲୁଚି ଛପି କଲେ ବିବାହ

ମୁମ୍ବାଇ ୧୫/୦୩: ସିଙ୍ଗର, ରାପର ହନି ସିଂହ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ନିଜର ଗୀତ ସହିତ ବ୍ୟକ୍ତିଗତ ଜୀବନ ପାଇଁ ହନି ଚର୍ଚ୍ଚାରେ ରୁହନ୍ତି। ହନି ସିଂହଙ୍କ ଅସଲି ନାଁ ହିରଦେଶ ସିଂହ। ସେ ଆଲବମ୍‌ ପାଇଁ ୨୦୦୫-୦୬ରୁ ଗାଉଛନ୍ତି। ହିନ୍ଦୀ ଫିଲ୍ମରେ ୨୦୧୨ରୁ ଗାଇବା ଆରମ୍ଭ କରିଥିଲେ ୟୋ ୟୋ ହନି ସିଂହ। ସର୍ବପ୍ରଥମେ ଫିଲ୍ମ ‘କକ୍‌ଟେଲ୍‌’ରୁ ଡେବ୍ୟୁ କରିଥିବା ହନି ‘ମେଁ ଶରାବୀ’ ଗାଇଥିଲେ। କକ୍‌ଟେଲର ଅନ୍ୟ ଏକ ଗୀତ ‘ଅଂଗ୍ରେଜୀ ବିଟ୍‌’ ବହୁ ଲୋକପ୍ରିୟତା ହାସଲ କରିଥିଲା। ଏହାକୁ ମଧ୍ୟ ହନି ସିଂହ ଗାଇଥିଲେ।

ଏହା ପରେ ‘ସନ୍‌ ଅଫ ସର୍ଦ୍ଦାର’ରେ ହନି ସିଂହଙ୍କ ‘ରାନୀ ମେ ତୁ ରାଜା’ ଗୀତ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ହନି ସିଂହଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ସେ ଶାଲିନୀ ତଲଓ୍ବାରଙ୍କୁ ବିବାହ କରିଛନ୍ତି। ଶାଲିନୀ ଏବଂ ହନି କ୍ଲାସମେଟ୍‌ ଥିଲେ। ଶାଲିନୀଙ୍କୁ ଦେଖିବା ପରେ ତାଙ୍କୁ ଭଲ ପାଇ ବସିଥିଲେ ହନି। ଦୀର୍ଘ ବର୍ଷ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିଛନ୍ତି। ତାଙ୍କ ପ୍ରେମ ସମ୍ପର୍କ କାହାକୁ ଜଣାନଥିଲା।

ହନି ସିଂହ ପଢ଼ିବାକୁ ଇଂଲଣ୍ଡ ଯିବା ପରେ ମଧ୍ୟ ସେମାନେ ଫୋନ୍‌ରେ କଥା ହେଉଥିଲେ । ଯେବେ ବି ହନି ସିଂହ ଭାରତ ଆସୁଥିଲେ ଶାଲିନୀଙ୍କୁ ସାକ୍ଷାତ କରୁଥିଲେ। ପରେ ଦୁହେଁ ପରିବାରକୁ ଜଣାଇଥିଲେ । ଦୁଇ ପରିବାରର ସମ୍ମତି କ୍ରମେ ସେମାନେ ବିବାହ କରିଛନ୍ତି। ହନି ସିଂହ ବଲିଉଡ୍‌ରେ ଧୁମ ମଚାଇଥିବା ବେଳେ ହଠାତ ଇଣ୍ଡଷ୍ଟ୍ରିରୁ ଗାଏମ ହୋଇଯାଇଥିଲେ।

ଏହି ସମୟରେ ସେ ଡିପ୍ରେସନକୁ ଚାଲିଯାଇଥିବା କୁହାଯାଉଛି। ସେ ବାୟୋପୋଲାର ଡିସଅର୍ଡରରେ ଶିକାର​‌ ହୋଇଥିବା ଏକ ସାକ୍ଷାତକାରରେ କହିଥିଲେ। ଶହାରୁଖ ଖାନ ଏବଂ ଦୀପିକା ପାଦୁକୋନ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ହନି ସିଂହ କହିଥିଲେ, ୧୮ ମାସ ମୋ ଜୀବନର ସବୁଠୁ ଖରାପ ସମୟ ଥିଲା। ମୁଁ ଅନ୍ୟ ସ୍ଥାନରେ ଥିଲି ବୋଲି ଖବର ଆସିଥିଲା କନ୍ତୁ ମୁଁ ମୋ ନୋଏଡା ସ୍ଥିତ ଘରେ ଥିଲି ବୋଲି କହିଥିଲେ ହନି। ଏବେ ହନି ପୁଣି ବଲିଉଡ୍‌କୁ ଫେରିଥିବା ବେଳେ ତାଙ୍କର ନୂଆ ଗୀତକୁ ଫ୍ୟାନ୍ସ ଏନଜୟ ମଧ୍ୟ କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ