ନୂଆଦିଲ୍ଲୀ: କେବେ କେବେ ଡେରିରେ ଅଫିସରେ ଫେରିବା ହେଉ କିମ୍ବା ସୁଟିଂ ସାରୁ ସାରୁ ବିଳମ୍ବିତ ରାତି ହେଇଯିବା ହେଉ… ଅବା କେଉଁ କାମରେ ଫସିବା କିମ୍ବା ସଉକରେ କେହି କେହି ବିଳମ୍ବିତ ରାତିରେ ଖାଉଥିବା ଦେଖିବାକୁ ମିଳୁଛି । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ବିଳମ୍ବିତ ରାତିରେ ରାତ୍ରୀଭୋଜନ କରିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି । କାମର ଚାପ, ଲମ୍ବା ଶିଫ୍ଟ କିମ୍ବା ଅନିୟମିତ ରୁଟିନ୍ ଯୋଗୁଁ ଲୋକମାନେ ପ୍ରାୟତଃ ରାତିରେ ରାତ୍ରୀଭୋଜନ କରନ୍ତି । ଏହି ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ନକାରାତ୍ମକ ପ୍ରଭାବ ପକାଏ । ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଉଭୟ ଗୁରୁତ୍ୱାରୋପ କରନ୍ତି ଯେ ଆମର ପାଚନ ତନ୍ତ୍ର ରାତିରେ ସବୁଠାରୁ ଧୀର କାମ କରେ ଏବଂ ବିଳମ୍ବିତ ରାତିରେ ଖାଇବା ଶରୀର ଉପରେ ଅନାବଶ୍ୟକ ଚାପ ପକାଇଥାଏ । ଏହା କେବଳ ଓଜନ ବୃଦ୍ଧିର କାରଣ ନୁହେଁ, ବରଂ ଏହା ଅନେକ ଗମ୍ଭୀର ରୋଗର ଆଶଙ୍କା ମଧ୍ୟ ବୃଦ୍ଧି କରେ । ରାତ୍ରୀଭୋଜନ ଏବଂ ଶୋଇବା ସମୟ ମଧ୍ୟରେ ଏକ ସୁସ୍ଥ ବ୍ୟବଧାନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହା ଏବେ ହେଇ ପାରୁନି । ତେବେ ଜାଣନ୍ତୁ ଏହି ଅଭ୍ୟାସ ଦ୍ୱାରା ଶରୀରରେ କେଉଁ ରୋଗ ହୋଇପାରେ ଏବଂ ଏହି ଅଭ୍ୟାସକୁ କିପରି ଏଡାଇ ଦିଆଯାଇପାରିବ…
ବିଳମ୍ବିତ ରାତିରେ କରୁଥିଲେ ଭୋଜନ, ଏବେଠୁ ହୋଇଯାଆନ୍ତୁ ସାବଧାନ… ନହେଲେ ମାଡ଼ି ବସିବ ବଡ଼ ରୋଗ !