ଲାଇଫ୍ ଷ୍ଟାଇଲ

ପତଳା ହେବାକୁ ଚାହାଁନ୍ତି ତ, ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲି ଅନେକ ଲୋକ କହୁଛନ୍ତି ଯେ ସେମାନେ ଘରେ ବସିବସି ମୋଟା ହୋଇଗଲେଣି। ସେମାନଙ୍କର ଓଜନ ବି ବଢିଯାଉଥିବା କହନ୍ତି। ଏଥିରୁ ରକ୍ଷା ପାଇବା ଲାଗି କେହିକେହି ଅନେକ ଉପାୟ ବି ଅବଲମ୍ବନ କରୁଛନ୍ତି।
ଯଦି କେହି ଆପଣଙ୍କୁ ଓଜନ କମ୍ କରିବାକୁ ପରାମର୍ଶ ଦେବେ, ତେବେ ଦୌଡ଼ିବାକୁ, ଜଗିଂ କରିବାକୁ, ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ କହିବେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କେବଳ ଶୋଇ କରି ବି ଓଜନ କମ୍ କରି ହେବ। ଆମେ ଯେତେବେଳେ ଶୋଇଥାଉ, ସେତେବେଳେ ଶରୀରର ସଂପୂର୍ଣ୍ଣ ରୂପେ ମରାମତି ହୋଇଥାଏ। ଯେଉଁମାନେ ଠିକ୍ ଭାବେ ଶୋଇ ନ ଥାନ୍ତି, ସେମାନଙ୍କ ଶରୀରର ଅବସ୍ଥା ସଂପୂର୍ଣ୍ଣ ବଦଳିଯାଇଥାଏ।
ନିକଟରେ ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁମାନେ ଭଲଭାବେ ଶୋଇଥାନ୍ତି, ସେମାନଙ୍କର କମ୍ ଶୋଉଥିବା ଲୋକଙ୍କ ତୁଳନାରେ ୨୦ ପ୍ରତିଶତ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ନିର୍ବସ୍ତ୍ର ହୋଇ ଶୁଅନ୍ତି, ତେବେ ଆପଣଙ୍କ ଶରୀର ଥଣ୍ଡା ରହିଥାଏ। ଏହା ଫ୍ୟାଟ୍ ବର୍ଣ୍ଣ କରି ଦେଇଥାଏ ଏବଂ ଏହା ଫଳରେ ଓଜନ ହ୍ରାସ ପାଇବାର ସମ୍ଭାବନା ଅଧିକ ହୋଇଥାଏ। ଯଦି ଆପଣ ପତଳା ହେବାକୁ ଚାହାଁନ୍ତି ବା ନିଜର ଓଜନ୍ କମ୍ କରିବାକୁ ଚାହାଁନ୍ତି, ତେବେ ଶୀଘ୍ର ଶୋଇ ଯାଆନ୍ତୁ ଓ ବିଳମ୍ବିତ ରାତ୍ରିରେ ଭୋଜନ କରିବାରୁ ନିବୃତ୍ତ ହୁଅନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ