ଲାଇଫ୍ ଷ୍ଟାଇଲ

ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନହେଲେ ସୃଷ୍ଟି ହୋଇପାରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା

କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାର ସନ୍ତୁଳନ ଠିକ୍ ରଖିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ ତିଆରି କରିବା।
ଆପଣ ଜାଣିଥିବେ ନିଶ୍ବୟ ଯେ ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ସବୁଠାରୁ ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ କିଡ୍ନି ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ତେବେ ଆପଣ ଯଦି କିଡନିର ଠିକ୍ ଭାବେ ଧ୍ୟାନ ନ ରଖିବେ ତେବେ କିଡନି ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯିବ । ତେବେ ଏହି ୩ଟି କାମକୁ ଅଭ୍ୟାସରେ ପରିଣତ କଲେ ଆପଣଙ୍କ କିଡନି ଖରାପ ହେବା ଥୟ । କେବଳ କିଡ୍ନି ନୁହେଁ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଅଭ୍ୟାସ ରଖିଲେ ଆହୁରି ଅନେକ ରୋଗ ସୃଷ୍ଟି ହୋଇପାରେ।
୧ . ଜଙ୍କ୍ ଫୁଡ୍ : ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ କିଡନିକୁ ଖରାପ କରିବା ପାଇଁ ଯଥେଷ୍ଟ । ଜଙ୍କ୍ଫୁଡ୍ ଖାଇବା ଅଭ୍ୟାସ ଆଦୌ କରନ୍ତୁ ନାହିଁ।
୨ . ଅଧିକ ମାଂସ ଖାଇବା : ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ କିଡ୍ନି ଖରାପର ଅନ୍ୟତମ କାରଣ।
୩ . ସିଗାରେଟ୍ ଟାଣିବା : ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା କିଡନିକୁ ଅକାମୀ କରିଦିଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ