କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ଜୁନ୍ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ମନ୍ଦିର ଟ୍ରଷ୍ଟର ନିଷ୍ପତ୍ତି : ଗତ ବର୍ଷ କୋଭିଡ୍ କାରଣରୁ ବନ୍ଦ ରହିଥିଲା ମନ୍ଦିର

ଜମ୍ମୁ ୧୩/୦୩ : ଚଳିତବର୍ଷ ହେବ ଅମରନାଥ ଯାତ୍ରା । ୨୮ ଜୁନ ୨୦୨୧ ଠାରୁ ଭକ୍ତଙ୍କ ପାଇଁ ଅମରନାଥ ମନ୍ଦିର ଖୋଲିବା । ଏ ନେଇ ଜାମ୍ମୁରେ ଅମରନାଥ ସ୍ରାଇନ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାରୀ କାରଣରୁ ବାର୍ଷିକ ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁନ ୨୮ରୁ ଭକ୍ତଙ୍କ ପାଇଁ ଅମରନାଥ ଯାତ୍ରା ଆରମ୍ଭ ହେବ ।

ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅମରନାଥ ଖୋଲାଯିବା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଅମରନାଥ ସ୍ରାଇନ୍‌ ବୋର୍ଡର ସଦସ୍ୟମାନେ ମଧ୍ୟ ଉପସ୍ଥିତି ଥିଲେ । ସମସ୍ତଙ୍କ ମତାମତ ଅନୁଯାୟୀ ଜୁନ୍ ୨୮ରୁ ଅମରନାଥ ମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଅମରନାଥ ଯାତ୍ରା ଜୁନ ୨୮ରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ ଜାରି ରହିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅମରନାଥ ଯାତ୍ରା ପାଇଁ ସାରା ଦେଶରେ କୋଣ ଅନୁକୋଣରୁ ଭକ୍ତମାନେ ଅପେକ୍ଷା କରିଥାନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ ନିଆଯାଇଥାଏ । ଯାତ୍ରୀମାନଙ୍କ ପାଇଁ ରହିବା-ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପରିମାଣରେ ସୁରକ୍ଷାକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ