ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ପୁଣି ବୃଦ୍ଧି ପାଇଛି କରୋନା ସଙ୍କଟ: ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ ୧୩/୦୩ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ପ୍ରତିଦିଆନ ୨୦ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ ନୂଆ କରୋନା ମାମଲା ସାମ୍ନାକୁ ଆସିବାପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୩ ହଜାର ୭୨୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୪ ହଜାର ୮୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଦେଶରେ ଏବେ ସୁଦ୍ଧା ୧ କୋଟି ୯ ଲକ୍ଷ ୭୩ ହଜାର ୨୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୨ ହଜାର ୨୨ ଆକ୍ଟିଭ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬ରେ ପହଞ୍ଚିଛି। ଆଇସିଏମଆର ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ଦେଶରେ ୮ ଲକ୍ଷ ୪୦ ହଜାର ୬୩୫ କରୋନା ଯାଞ୍ଚ ହୋଇଛି।

କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଶୁକ୍ରବାର ୧୫ ହଜାର ୮୧୭ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ ଲକ୍ଷ ୮୨ ହଜାର ୧୯୧ ହୋଇଛି। ମୃତ୍ୟୁ ସଂଖ୍ୟା ୫୨ ହଜାର ୭୨୩ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଗତ ଅକ୍ଟୋବରରେ ସର୍ବାଧିକ ୧୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ତାପରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ଗତ ମାସରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ଓ ଗୁରୁବାର ଦିନ କ୍ରମଶଃ ୧୩ ହଜାର ୬୫୯ ଓ ୧୪ ହଜାର ୩୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ