କଳା ଓ ସଂସ୍କୃତି ଧର୍ମ

୧୦୧ ବର୍ଷ ପରେ ମହାଶିବରାତ୍ରି ଆଣିଛି ଦୁର୍ଲଭ ଯୋଗ, ଭକ୍ତଙ୍କ ମନବାଞ୍ଛା ପୂରଣ କରିବେ ଭୋଳା ଶଙ୍କର

ମାର୍ଚ୍ଚ ୧୧ ତାରିଖ ଗୁରୁବାର ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀରେ ପାଳିତ ହେବ ମହାଶିବରାତ୍ରୀ। ପ୍ରାୟ ୧୦୧ ବର୍ଷ ପରେ ଦୁର୍ଲଭ ଯୋଗରେ ଶିବରାତ୍ରି ପାଳିତ ହେବାକୁ ଯାଉଛି। ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ମହାଶିବରାତ୍ରି ଉପାସନାର ପ୍ରକୃଷ୍ଠ ଦିନ। ଏଣୁ ଶୈବ ଭକ୍ତ ଏହାର ସୁଯୋଗ ନେଇପାରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତବର୍ଷ ମହାଶିବରାତ୍ରି ଶିବଯୋଗ ସାଙ୍ଗକୁ ଧନିଷ୍ଠା ନକ୍ଷତ୍ର ସଂଯୋଗରେ ସିଦ୍ଧି ଯୋଗ ସୃଷ୍ଟି କରିଛି। ପ୍ରାୟ ୧୦୧ ବର୍ଷ ପୂର୍ବେ ଏପରି ସଂଯୋଗ ପଡିଥିଲା। ଏଣୁ ମନବାଞ୍ଛା ପୂରଣ ନିମନ୍ତେ ଏହି ଜାଗର ଅପୂର୍ବ ସୁଯୋଗ ଆଣିଛି। ଧନିଷ୍ଠା ନକ୍ଷତ୍ର ସଂଯୋଗରେ ଶିବରାତ୍ରିର ମହତ୍ୱ ଅନେକ ଗୁଣା ବଢିଯାଇଥାଏ। ଏଥିରେ ସିଦ୍ଧି ଯୋଗ ସାଙ୍ଗକୁ ଶିବ ଯୋଗ ଭକ୍ତଙ୍କ ମନବାଞ୍ଛା ପୂରଣରେ ନିଶ୍ଚିତ ସହାୟକ ହେବ।

ମହାଶିବରାତ୍ରି ଅବସରରେ ଭକ୍ତମାନେ ମହାଦେବଙ୍କୁ ଜଳାଭିଷେକ ସାଙ୍ଗକୁ ରୁଦ୍ରାଭିଷେକ ମଧ୍ୟ କରାଇଥାନ୍ତି। ତେବେ ଏହି ଦିନ ଖୁବ କ୍ୱଚିତ ଲୋକେ ଏପରି ପୂଜାର୍ଚ୍ଚନାର ସୁଯୋଗ ପାଇଥାନ୍ତି। ଏଣୁ ଯେଉଁମାନଙ୍କୁ ଏପରି ସୁଯୋଗ ମିଳି ନ ପାରୁଛି ସେମାନେ ମନସ୍ତାପ କରିବାର କୌଣସି କାରଣ ନାହିଁ। ୮୦ଟି ଅକ୍ଷତ ଅରୁଆ ଚାଉଳ ୮୦ଟି ସମିପତ୍ରରେ ମହାଦେବଙ୍କୁ ଅଭିଷେକ କରନ୍ତୁ। ନିଶ୍ଚିତ ଆଶୁତୋଷ ମହାଦେବଙ୍କ କରୁଣା ପ୍ରାପ୍ତ ହେବ ବୋଲି ଉଜ୍ଜୈନର ପଣ୍ଡିତମାନେ କହିଛନ୍ତି।

ଏହି ପବିତ୍ର ପର୍ବ ଅବସରରେ ଭଗବାନ ଶିବଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ଉପାସନା କରାଯାଏ। ଶିବରାତ୍ରିରେ ରାତ୍ର ପୂଜା ଅଶେଷ ଫଳଦାୟୀ ମନେ କରାଯାଏ। ଏହି ଦିନ ମହାଦେବଙ୍କ ପୂଜାରେ ବିଶେଷ ସାମଗ୍ରୀର ଉପଯୋଗ ହୁଏ ଯେଉଁଥିରେ ପୁଷ୍ପ, ବେଲପତ୍ର, ଭାଙ୍ଗ, ଦୁଦୁରା, ଆମ୍ବ ବକୁଳ, ଗାଈ ଖୀର, ଆଖୁ ରଶ, ଗୁଆଘିଅ, ଗଙ୍ଗାଜଳ, ମହୁ, ଧୂପ,ଦୀପ, କର୍ପୁର, ଚନ୍ଦନ, ପଞ୍ଚପୁଷ୍ପ, ପଞ୍ଚରସ, ମିଷ୍ଟାନ୍ନ, ବସ୍ତ୍ରାଭୂଷଣ ଆଦିର ଉପଯୋଗ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ