ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଙ୍କଟରେ ପାକିସ୍ତାନକୁ ସାହାଯ୍ୟ କରିବ ଭାରତ, ପଠାଯିବ ୪.୫ କୋଟି ଡୋଜ୍ ଟିକା

ନୂଆଦିଲ୍ଲୀ ୧୦।୩: କରୋନା ସଙ୍କଟ ସମୟରେ ଅନେକ ଦେଶକୁ ସହାୟତାର ହାତ ବଢାଉଛି ଭାରତ । ଦେଶରେ ପ୍ରସ୍ତୁତ ଟିକା ବିଭିନ୍ନ ଦେଶଗୁଡିକରେ ବିତରଣ କରାଯାଉଛି । ଏହି କ୍ରମରେ ପାକିସ୍ତାନକୁ ସହାୟତାର ହାତ ବଢାଇଛି ଭାରତ । ଖବର ଅନୁଯାୟୀ ପାକିସ୍ତାନ ସରକାର ମଧ୍ୟ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (GAVI) ଆଧାରରେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ ଡୋଜ ଟିକା ଯୋଗାଇଦେବ।

ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ ହେଉଛି ଏକ ଟିକା ସମ୍ବନ୍ଧୀୟ ମିଳିତ ମଞ୍ଚ ଯାହା ସାରା ବିଶ୍ବର ପ୍ରାୟ ଅଧା ପିଲାମାନଙ୍କୁ ଦୁର୍ବଳ ତଥା ବିପଜ୍ଜନକ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ଟୀକାକରଣ କରିଛି।

ମହାମାରୀ ସମୟରେ ଏହି ଗଠବନ୍ଧନ ପାକିସ୍ତାନକୁ ସହଯୋଗ କରିଛି । ଗତ ସେପ୍ଟେମ୍ବର ମାସରେ GAVI ପାକିସ୍ତାନକୁ ଟିକା ଯୋଗାଇବା ପାଇଁ ପାକିସ୍ତାନ ସହିତ ଚୁକ୍ତି କରିଥିଲା।

ପାକିସ୍ତାନ ସଚିବ ଖ୍ବାଜା କହିଛନ୍ତି ଯେ, ଏହି ବର୍ଷ ଜୁନ୍ ସୁଦ୍ଧା ଟିକା ମିଳିଯିବ । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ସଚିବ କହିଥିଲେ ଯେ, ପାକିସ୍ତାନକୁ ମିଳିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା । ଏହା ଏକ ଭାରତୀୟ ନିର୍ମିତ ଟିକା ଯାହା ପାକିସ୍ତାନୀ ନାଗରିକମାନଙ୍କୁ GAVI ଗଠବନ୍ଧନ ଆଧାରରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ