ଦେଶ ବିଦେଶ ମନୋରଞ୍ଜନ

୬ ମାସ ପରେ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୬ମାସରୁ ଅଧିକ ସମୟ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଆଜି ‘ମହିଳା ଦିବସ’ ଅବସରରେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ମା’ଙ୍କ ହାତ ଧରିଥିବାର ଏକ ଫଟୋ ସେୟାର କରିଛନ୍ତି।

ଫଟୋରେ ରିୟା ଓ ତାଙ୍କ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ହାତ ନଜରକୁ ଆସୁଛି। ଏହି ଫଟୋ ସେୟାର କରି ରିୟା କ୍ୟାପସନର ଲେଖିଛନ୍ତି, ‘ଆମ ସମସ୍ତଙ୍କୁ ମହିଳା ଦିବସର ଅଭିନନ୍ଦନ’। ମା’ ଓ ମୁଁ ସର୍ବଦା ଏକାଠି। ମୋର ଶକ୍ତି, ମୋର ବିଶ୍ବାସ, ମୋର ଧର୍ମ ମୋର ମା’।

ଏହି ପୋଷ୍ଟ ପୂର୍ବରୁ ରିୟା ୨୦୨୦ ଅଗଷ୍ଟରେ ଏକ ପୋଷ୍ଟ କରିଥିଲେ। ଯେତେବେଳେ ସିବିଆଇ ଓ ଇଡି ସହିତ ତାଙ୍କର ପଚରାଉଚରା ଚାଲିଥିଲା। ରିୟାଙ୍କ ବୟଫ୍ରେଣ୍ଡ ଓ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୨୦୨୦ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିଲେ। ଏହାପରେ ରିୟା ବିବାଦ ଘେରରେ ଫସି ଯାଇଥିଲେ।

ସୁଶାନ୍ତଙ୍କ ପରିବାରଲୋକ ବି ରିୟାଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଏପଟେ ରିୟାଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ମାମଲାରେ ଗିରଫ ବି କରିଥିଲା। ଏବେ ରିୟା ଜାମିନରେ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ