ଭଦ୍ରକ ୦୯।୦୩ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ । ୧୫କୋଟି ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ଭଦ୍ରକ ସାଂସଦ ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ।
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ୨ଟି ଛାତ୍ରୀ ନିବାସର ଶୁଭ ଉଦ୍ଘାଟନ କରିଛନ୍ତି ସାଂସଦ ଏବଂ ଭଦ୍ରକ ବିଧାୟକ । ଚାରି ଶହ ଏବଂ ଏକ ଶହ ଶଯ୍ୟା ବିଶିଷ୍ଟ ୨ ଗୋଟି ଛାତ୍ରୀ ନିବାସର ଉଦଘାଟନ ହୋଇଛି । ଏଥିସହ ମହାବିଦ୍ୟାଳୟର ସମ୍ମୁଖ ଫାଟକର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି । ସେହିପରି କଲେଜ ପଡିଆର ଉନ୍ନତିକରଣର କାମର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ବିଧାୟକ ଓ ସାଂସଦଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ପ୍ରଶଂସା କରାଯାଇଛି । ଭଦ୍ରକ କଲେଜକୁ କିଭଳି ସରସ ସୁନ୍ଦର କରାଯିବା ସହ ଏକକ ବିଶ୍ୱ ବିଦ୍ୟାଳୟ କିପରି ହେବ ସେଥିପାଇଁ ଆମେ ଦାବି ଉପସ୍ଥାପନ କରିବୁ ବୋଲି ଭଦ୍ରକ ବିଧାୟକ କହିଛନ୍ତି ।

