କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି, ବୁଧବାରଠୁ ସେବାୟତ-ପୋଲିସ କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର ୦୯।୦୩: ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଆସନ୍ତକାଲିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ ।

ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମହାଶିବରାତ୍ରି ଦିନ ୧୨ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଉପରେ ବାରଣ କରାଯାଇଛି ।

ସେହିଭଳି ସିଂହଦ୍ବାରଠାରୁ ଗର୍ଭଗୃହ ଓ ସାହାଣମେଳା ଦର୍ଶନ ମନା ରହିଛି । ଭଜନ ସମାରୋହରେ ସର୍ବାଧିକ ୫୦୦ ଲୋକ ବସିପାରିବେ। ତେବେ ସମାରୋହ ବେଳେ କୋଭିଡ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ । ଦର୍ଶକଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତାମୂଳକ। ସମାରୋହସ୍ଥଳ ଚାରିପାଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ