ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଖେଳାଯାଇଥିବା ପ୍ରଥମ ଓଡ଼ିଶା ନାଭାଲ୍ ଟାଟା ତୃଣମୂଳ ହକି ଲିଗ୍ ଶନିବାର ରାତିରେ ଶେଷ ହୋଇଛି। ବାଳିକା ଫାଇନାଲରେ ମାଝାପଡ଼ା ଦଳ ୨-୦ ଗୋଲ୍ର ଅଳନ୍ଦାକୁ ଏବଂ ବାଳକା ଫାଇନାଲରେ ମାଝାପଡ଼ାକୁ ସମାନ ୨-୦ ଗୋଲ୍ରେ ହରାଇ ସୁବଡେଗା ଦଳ ବିଜେତା ମୁକୁଟ ଓ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ବିଜେତା ମାଝାପଡ଼ା ବାଳିକା ଦଳର ପୂଜା ମାଝୀ ଫାଇନାଲ୍ର ଶ୍ରେଷ୍ଠ ଏବଂ ଅଙ୍କିତା କେରକେଟାଙ୍କୁ ଲିଗ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ସେହିଭଳି ବାଳକ ବର୍ଗରେ ସୁବଡେଗାର ଅଙ୍କିତ ମିଞ୍ଜ୍ଙ୍କୁ ଫାଇନାଲର ଶ୍ରେଷ୍ଠ ଏବଂ ଦିଲସାନ୍ ଡୁଙ୍ଗ୍ ଡୁଙ୍ଗ୍ଙ୍କୁ ଶ୍ରେଷ୍ଠ ଗୋଲରକ୍ଷିକା ପୁରସ୍କାର ପ୍ରଦାନ କରାଯାଇଥିଲା।
ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳକୁ କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା। ବାଳିକାରେ ନୂଆଗାଁକୁ ୪-୩ରେ ହରାଇ କଡ଼ୋବାହାଲ ଏବଂ ବାଳକ କାଡ଼ୋବାହାଲକୁ ୪-୨ରେ ହରାଇ ପୁରୁଣାପାଣି ତୃତୀୟ ସ୍ଥାନ ପାଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭାରତୀୟ ଦଳ ପୂର୍ବତନ ଅଧିନାୟକ କିଂବଦନ୍ତି ଦିଲୀପ ତିର୍କି, କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଟାଟା ଷ୍ଟିଲ୍ର ସିଆର୍ଇ ଦେବାଶିଷ ଜେନା, ଆପୋଲୋ ହସପିଟାଲ୍ସ ଆଞ୍ଚଳିକ ସିଇଓ ସୁଧୀର ଦିଦିକର, ଓଡ଼ିଶା ନାଭାଲ୍ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍ ଅତିଥିଭାବେ ଯୋଗ ଦେଇଥିଲେ।