ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କ୍ରିକେଟ ପରେ ପଶୁପାଳନରେ ମଧ୍ୟ ଆଗରେ ଧୋନୀ, ପାଇଲେ ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର

ରାଞ୍ଚୀ,୦୭/୦୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଶ୍ରେଷ୍ଠ ଫିନିସର୍ ଅଟନ୍ତି । ଏବେ ସେ ସର୍ବଶ୍ରେଷ୍ଠ ପଶୁପାଳକ ମଧ୍ୟ ହୋଇଛନ୍ତି । ଧୋନଙ୍କୁ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବ ଭାରତର ପଶୁପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଛି । ଏହାସହ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି ।

ଧୋନୀ ନିଜର ୪୩ ଏକର ଫାର୍ମ ହାଉସରେ ପନିପରିବା, ଫଳ ବ୍ୟତୀତ ଡାଏରୀ ଫାର୍ମ କରିଛନ୍ତି । ଶନିବାର ବିର୍ସା କୃଷି ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଆଗ୍ରୋଟିକ୍ କିଷାନ ମେଳାରେ ମାହିଙ୍କୁ ସମ୍ମାନସ୍ପଦ ସ୍ମୃତି ଚିହ୍ନ ଓ ଉତରୀୟ ପ୍ରଦାନ କରାଯାଇଛି । ଯାହାକୁ ତାଙ୍କ ପ୍ରତିନିଧି କୃଣାଲ ଗୌରବ ସ୍ୱୀକାର କରିଛନ୍ତି ।

ରାଞ୍ଚୀର କାଙ୍କେ ସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶୁ ପାଳନ ବାବଦରେ ଅନେକ ତଥ୍ୟ ରହିଥିଲା । ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ପ୍ରଥମ ଥର ପାଇଁ ଧୋନୀଙ୍କ ଡାଏରୀ ଫାର୍ମରୁ ଦୁଇଟି ଗାଈକୁ ଅଣାଯାଇଥିଲା । ଏହି ଗାଈ ପ୍ରତିଦିନ ୩୫ ଲିଟର କ୍ଷୀର ଦେଇଥାନ୍ତି ।

ଧୋନୀଙ୍କ ଫାର୍ମ ହାଉସର ଗାଈ ବ୍ୟତୀତ ଅନ୍ୟମାନେ ମଧ୍ୟ ନିଜ ନିଜର ଗାଈଙ୍କୁ ପ୍ରଦର୍ଶନୀରେ ସାମିଲ କରିଥିଲେ । କିନ୍ତୁ ୬ ସଦସୀୟ ବିଚାରକ ମଣ୍ଡଳୀ ଧୋନୀଙ୍କ ଗାଈକୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଥିଲେ ।

ରାଞ୍ଚୀ ସ୍ଥିତ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମ ହାଉସରେ ଡାଏରୀ ଫାର୍ମ ରହିଛି । ଏବେ ଏଠାରେ ପ୍ରାୟ ୧୦୪ ଗାଈ ରହିଛନ୍ତି । ଗୀର, ପ୍ରିଜିୟନ, ସାହିଓ୍ୱାଲ ପ୍ରଜାତିର ଅଧିକ ଗାଈ ଅଛନ୍ତି । ଏହାସହ ଦେଶୀ ଗାଈ ମଧ୍ୟ ଡାଏରୀ ଫାର୍ମରେ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ