ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତ ସିଂହ ମାମଲା: ଆଜି କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିବ ଏନସିବି, ରିୟା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ ୦୫/୦୩ : ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ଏନସିବିର ମୁମ୍ବାଇ ୟୁନିଟ୍ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶୁକ୍ରବାର ଦିନ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିବ। ପ୍ରାପ୍ତ ସୂଚନା ଅନୁଯାୟୀ, ଏନସିବି ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରିବ। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ରିୟା ଚକ୍ରବର୍ତ୍ତୀଙ୍କ ନାଁ ସାମିଲ ଅଛି। ରିୟାଙ୍କ ସମେତ ଚାର୍ଜସିଟରେ ମୋଟ ୩୩ ଜଣଙ୍କ ନାଁ ରହିଛି।

ରିୟାଙ୍କ ନିକଟ ସମ୍ପର୍କୀୟ ଓ କିଛି ଡ୍ରଗ୍ସ ପେଡ଼ଲରଙ୍କ ନାଁ ମଧ୍ୟ ଚାର୍ଜସିଟରେ ଅଭିଯୁକ୍ତ ରୂପରେ ସାମିଲ ରହିଛି। ଜବତ ଡ୍ରଗ୍ସ, ଇଲେକ୍ଟ୍ରୋନିକ୍ସ ଉପକରଣର ରିପୋର୍ଟ, ଫରେନସିକ୍ ରିପୋର୍ଟ ଓ ରେକର୍ଡ ହୋଇଥିବା ବୟାନ ଆଧାରରେ ଏହି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖଡେ ଏହି ଚାର୍ଜସିଟ୍ ନେଇ କୋର୍ଟରେ ପହଞ୍ଚିବେ। ଏନସିବି ସୂତ୍ର ଅନୁଯାୟୀ ଏହି ମୁଖ୍ୟ ଚାର୍ଜସିଟର ୩ ମାସ ପରେ ଏନସିବି ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ମଧ୍ୟ କୋର୍ଟରେ ପେଶ କରିପାରେ ଯେଉଁଥିରେ ସାରା ଅଲି ଖାଁ, ଶ୍ରଦ୍ଧା କପୁରଙ୍କ ନାଁ ସାମିଲ ହୋଇପାରେ। ଏମାନଙ୍କ ବିରୋଧରେ ମଧ୍ୟ ଏନସିବିକୁ ଅନେକ ପ୍ରମାଣ ମିଳିଥିଲା ଯାହାର ଯାଞ୍ଚ ଏବେ ଜାରି ରହିଛି। ଏହି ଚାର୍ଜସିଟ୍ ୧୬/୨୦୨୦ କମ୍ପ୍ଲେଟ କେସ ମାମଲାରେ ଦାଖଲ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇ ସ୍ଥିତ ବାନ୍ଦ୍ରା ଫ୍ଲାଟରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପ୍ରାଥମିକ ତଦନ୍ତରେ ଏହା ଆତ୍ମହତ୍ୟା ବୋଲି କୁହାଯାଇଥିଲା। କିନ୍ତୁ ସୁଶାନ୍ତଙ୍କ ପରିବାରର ଅଭିଯୋଗ ପରେ ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା। ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଯାଞ୍ଚ ପାଇଁ ବିହାର ପୋଲିସ ଟିମକୁ ମୁମ୍ବାଇ ପଠାଇଥିଲେ।

ଏହି ମାମଲାକୁ ଡ୍ରଗ୍ସ ଏଙ୍ଗଲରୁ ଯାଞ୍ଚ କରିବା ପରେ ଅନେକ ଅଭିନେତା, ଅଭିନେତ୍ରୀ ଓ ସେଲିବ୍ରିଟି ଏନସିବି ହାତରେ ପଡ଼ିଥିଲେ। ଅନେକ ସେଲିବ୍ରିଟିଙ୍କ ଘରେ ଏନସିବି ଚଢ଼ଉ କରିଥିଲା। ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଷୌଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନେକଙ୍କୁ ଜେଲ ବି ହୋଇଥିଲା। କିଛି ଡ୍ରଗ୍ସ ପେଡଲର ଏବେ ବି ଜେଲରେ ବନ୍ଦ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ