ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: କଲେଜ ଛାତ୍ରୀ ମୃତ, ଡ୍ରାଇଭର ଆହତ

ରାୟଗଡ଼ା: ରାୟଗଡ଼ା ସହରର ନଦୀକନ୍ଧ ସାହିରେ ଏକ ବାଲି ବୋଝେଇ ଟ୍ରାକ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ନଦୀରୁ ବାଲି ବୋଝେଇ କରି ଆସୁଥିବା ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯିବାରୁ ଟ୍ରାକ୍ଟରଟି ଜଣେ କଲେଜ ଛାତ୍ରୀଙ୍କ ଉପରକୁ ମାଡ଼ି ଯାଇଛି। ଏହାଫଳରେ ଘଟଣାସ୍ଥଳରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ କଂଶିଳା କୁଲେସିକା ସେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ୩ ଶ୍ରେଣୀର ଛାତ୍ରୀ ବୋଲି ଜଣା ପଡିଛି। ଘଟଣା ପରେ ନଦୀକନ୍ଧ ସାହି ଓ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।
ମିଳିଥିବା ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ନଦୀକନ୍ଧ ସାହି ନିକଟ ବାଲିଘାଟରୁ ବାଲି ଲୋଡ୍ କରି ଏକ ଟ୍ରାକ୍ଟର ସହର ଅଭିମୁଖେ ଆସୁଥିଲା। ଉଠାଣି ରାସ୍ତାରେ ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯାଇଥିଲା। ଡ୍ରାଇଭର ଟ୍ରାକ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ବ୍ରେକ୍ କଷିବା ସହ ସମସ୍ତ ଚେଷ୍ଟା କରିଥିଲେ। କିନ୍ତୁ ବାଲି ଲୋଡ୍ ହୋଇଥିବା ଯୋଗୁ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ସାହିରେ ଥିବା ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା।
ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ଘଟଣାସ୍ଥଳରୁ କଲେଜ ଛାତ୍ରୀ କଂଶିଳାଙ୍କ ସହ ଟ୍ରାକ୍ଟର ଡ୍ରାଇଭର ଶରତ କାଡ୍ରକାଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ କଂଶିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଡ୍ରାଇଭର ଶରତକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ମେଡ଼ିକାଲକୁ ପଠାଇଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଛାତ୍ରୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାକୁ ନେଇ ନଦୀକନ୍ଧ ସାହି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ପଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି