ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଚାଷୀ ଆନ୍ଦୋଳନକୁ ନେଇ ତିଆରି ହେବ ଚଳଚ୍ଚିତ୍ର!

ନୂତନ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ଏବେ ଘମାଘୋଟ କୃଷକ ଆନ୍ଦୋଳନ ଚାଲିଛି। ତେବେ ଏହା ଉପରେ ବି-ଟାଉନ୍‌ର ଚଳଚ୍ଚିତ୍ର ନିର୍ମାତା ରାକେଶ ଓମ୍‌ପ୍ରକାଶ ମେହେରା ଚଳଚ୍ଚିତ୍ର କରିବାକୁ ଯୋଜନା କରୁଥିବା ଖବର ମିଳିଛି। ଚଳଚ୍ଚିତ୍ରର ସଂଳାପ ଲେଖିବା ଦାୟିତ୍ବ ଲେଖକ କମଳେଶ ପାଣ୍ଡେ ତୁଲାଇବେ। ଏନେଇ କମଳେଶ କହିଛନ୍ତି, ମୁଁ ଓ ରାକେଶ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରି ସାରିଛୁ। ଚଳଚ୍ଚିତ୍ରର ସଂଳାପକୁ ନେଇ ମୁଁ ଚାରି ବର୍ଷ ହେଲା ତାଙ୍କ ସହ କାମ କରୁଛି। ଏଥିରେ କୃଷକଙ୍କ ଆନ୍ଦୋଳନଠୁ ଆରମ୍ଭ କରି ସେମାନଙ୍କ ଦୈନନ୍ଦିନ ଜୀବନର ସମସ୍ୟା ଚିତ୍ରିତ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ‘ରଙ୍ଗ ଦେ ବସନ୍ତି’ ଓ ‘ଭାଗ୍ ମିଲ୍‌ଖା ଭାଗ୍’ ଭଳି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ବଲିଉଡ୍‌ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଓମ୍‌ପ୍ରକାଶ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ