ଖେଳ ଦେଶ ବିଦେଶ

ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିବ ଆଉ ଏକ ସୁଯୋଗ, ପୁଣି ଥରେ ଦେବେ ଫିଟନେସ୍ ଟେଷ୍ଟ

ନୂଆଦିଲ୍ଲୀ, ୦୩/ ୦୩:ପୁଣି ଥରେ ଫିଟନେସ୍ ଟେଷ୍ଟ ଦେବେ ବରୁଣ ଚକ୍ରବର୍ତ୍ତୀ । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଲେଗ ସ୍ପିନର ବରୁଣଙ୍କୁ ପୁଣି ଥରେ ଫିଟ୍‌ନେସ୍‌ ପରୀକ୍ଷା ଦେବା ପାଇଁ ଏନ୍‌ସିଏ ଡକା ଯାଇପାରେ । ଭାରତୀୟ ଦଳ ପାଇଁ ବିସିସିଆଇ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଫିଟ୍‌ନେସ୍‌ ପରୀକ୍ଷାରେ ବରୁଣ ଉତ୍ତୀର୍ଣ୍ଣ ହୋଇପାରି ନଥିବା ବିସିସିଆଇ ସ୍ପଷ୍ଟ କରିଥିଲା ।

ଆସନ୍ତା ୧୨ ତାରିଖରୁ ୫ ମ୍ୟାଚ୍‌ ବିଶିଷ୍ଟ ଟିଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ୧୨, ୧୪, ୧୬, ୧୮ ଓ ୨୦ ତାରିଖରେ ୫ଟି ଯାକ ମ୍ୟାଚ ଅନୁଷ୍ଠିତ ହେବ । ଜାତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୨କିଲୋମିଟର ଦୌଡ଼ ଟାଇମ ଟ୍ରାଏଲ୍‌ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ନଚେତ ୟୋ ୟୋ ଟେଷ୍ଟରେ ୧୭.୧ ପଏଣ୍ଟ ହାସଲ କରିବାକୁ ପଡ଼ିବ ।

ବରୁଣ ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି । ଫଳରେ ତାଙ୍କୁ ଘରୋଇ କ୍ରିକେଟ୍‌ ଖେଳିବା ପାଇଁ ମୁମ୍ବାଇ ପଠାଇ ଦିଆଯାଇଥିଲା । ଟିଟ୍ୱେଣ୍ଟି ସିରିଜ ଆରମ୍ଭ ହେବା ପାଇଁ ଆଉ ୧୦ ଦିନ ସମୟ ରହିଛି । ଏହି ସମୟ ମଧ୍ୟରେ ବରୁଣଙ୍କୁ ଆଉ ଥରେ ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ ପଡ଼ିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ