ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ବିଗ୍ ବସ୍ ୧୪ ରେ ଜିତିଥିବା ଟଙ୍କା ଏହି କାମ ପାଇଁ ଖର୍ଚ୍ଚ କରିବେ ରୁବିନା, ଜାଣି ଆପଣ ମଧ୍ୟ ଖୁସି ହୋଇଯିବେ

ମୁମ୍ବାଇ ୦୨/୦୩: ବିଗ୍ ବସ୍ ସିଜନ୍ ୧୪ ଶେଷ ହୋଇଯାଇଛି । ଏହି ଶୋ’ରେ ରୁବିନା ଦିଲାଏକ୍ ଟ୍ରଫି ହାସଲ କରିଛନ୍ତି । ଟ୍ରଫି ସହିତ ରୁବିନା ମଧ୍ୟ ୩୬ ଲକ୍ଷ ଟଙ୍କା ଜିତିଛନ୍ତି । ତେବେ ଚାଲନ୍ତୁ ଜାଣିବା ରୁବିନା ଜିତିଥିବା ଏହି ୩୬ ଲକ୍ଷ ଟଙ୍କାକୁ ନେଇ କଣ କରିବେ ।

ରୁବିନା ତାଙ୍କ ଗାଁ ଶିମଲାକୁ ଖୁବ୍ ଭଲ ପାଆନ୍ତି । ସେ ବିଗ୍ ବସ୍ ରେ ଜିତିଥିବା ଟଙ୍କା ନିଜ ପାଇଁ ନୁହେଁ, ବରଂ ତାଙ୍କ ଗାଁ ପାଇଁ ଖର୍ଚ୍ଚ କରିବେ । ସୂଚନା ଅନୁଯାୟୀ, ରୁବିନା ତାଙ୍କ ଗାଁରେ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ ତାଙ୍କ ଗାଁ ଅଗ୍ରଗତି କରୁ ଏବଂ ଲୋକମାନେ ସମସ୍ତ ସୁବିଧା ପାଇପାରନ୍ତୁ । ଗାଁ ଆଗକୁ ବଢିବା ସହିତ ଲୋକ ମାନଙ୍କର ଯେମିତି କୌଣସି ଅସୁବିଧା ନ ହେଉ । ତେଣୁ ସେ ବିଗ୍ ବସ୍ ରୁ ଜିତିଥିବା ଟଙ୍କା ତାଙ୍କ ଗାଁର ବିକାଶ ପାଇଁ ବ୍ୟବହାର କରିବେ ।

ଏଥି ସହିତ ରୁବିନାଙ୍କ ସେଲିବ୍ରେସନ୍ ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ସାଙ୍ଗ ଏବଂ ପରିବାର ସହିତ ନିଜ ବିଜୟର ସେଲିବ୍ରେସନ୍ କରୁଥିଲେ । ଏହି ସମୟରେ କିନ୍ନର ସମାଜର ଗୁରୁ ମାତା ଅନ୍ନୁ ଜୀ ଅଭିନେତ୍ରୀଙ୍କ ଘରେ ମଧ୍ୟ ପହଞ୍ଚିଥିଲେ । ଯାହାଙ୍କୁ ଦେଖି ରୁବିନା ଖୁବ୍ ଖୁସି ହୋଇ ଯାଇଥିଲେ । ଏହାର ଏକ ଭିଡିଓ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ଗୁରୁ ମା ଅନ୍ନୁ ଜୀ ଅଭିନେତ୍ରୀଙ୍କୁ ଆଶୀର୍ବାଦ ଦେଉଥିବା ଦେଖାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ