କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଏଥର ବି ହେବନି ଦୁନିଆର ସବୁଠାରୁ ବଡ ଧାର୍ମିକ ମାନସରୋବର ଯାତ୍ରା: ଆଦି କୈଳାସ ଯାତ୍ରା ପାଇଁ ଚାଲିଛି ଯୋଜନା

ପିଥୌରାଗଡ ୦୧/୦୩ : କରୋନା ଯୋଗୁଁ ଏଥର ବି ବିଶ୍ୱ ପ୍ରସିଦ୍ଧ ମାନସରୋବର ଯାତ୍ରା ନ ହୋଇପାରେ। କୁମାଉଁ ମନଦଳ ବିକାଶ ନିଗମ ଆଉ ଏକ ଯୋଜନା ପ୍ରସ୍ତୁତ କରୁଛି। ଏହି ଯୋଜନା ଅନୁଯାୟୀ କୈଳାସ ନମୁନାରେ ଆଦି କୈଳାସ ଯାତ୍ରା ଆରମ୍ଭ କରାଯିବ ଯେପରି ଧାର୍ମିକ ଯାତ୍ରା ପାଇଁ ଭାରତକୁ ଚୀନ ଉପରେ ନିର୍ଭର କରିବାକୁ ପଡ଼ିବନି।

୧୯୮୧ ମସିହାରୁ କୈଳାସ-ମାନସରୋବର ଯାତ୍ରା ଜାରି ରହଛି। କିନ୍ତୁ କରୋନା ସଙ୍କଟ ଦୁନିଆର ସବୁଠାରୁ ବଡ ଧାର୍ମିକ ଯାତ୍ରାକୁ ବନ୍ଦ କରିଦେଇଛି। ଗତ ବର୍ଷ ଭଳି ଏଥର ବି କୈଳାସ ଯାତ୍ରା ସମ୍ଭବ ହେଲା ଭଳି ଜଣାପଡ଼ୁନାହିଁ। ବିଶେଷକରି ଏହି ସମୟରେ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କିନ୍ତୁ ଏଥର ବିଦେଶ ମନ୍ତ୍ରାଳୟ ସ୍ଥରରୁ କିମ୍ବା କୁମାଉଁ ମଣ୍ଡଳ ବିକାଶ ନିଗମ ଯାତ୍ରା ପାଇଁ କିଛି ପ୍ରସ୍ତୁତି କରିନାହାନ୍ତି। ସେଥିପାଇଁ ଏଥର ବି ମାନସରୋବର ଯାତ୍ରା ହେବନାହିଁ ବୋଲି ଆଶଙ୍କା କରାଯାଉଛି। ପ୍ରଥମଥର ଲଗାତାର ଦୁଇ ବର୍ଷ ହେଲା ମାନସରୋବର ଯାତ୍ରା ହେବନାହିଁ।

କୁମାଉଁ ମଣ୍ଡଳ ବିକାଶ ନିଗମ ଅଧ୍ୟକ୍ଷ କେଦାର ଯୋଶୀ କହିଛନ୍ତି ଯେ ଏଥର କୈଳାସ ଯାତ୍ରା ବାଣିଜ୍ୟ ସ୍ଥରରେ ଆୟୋଜିତ କରାଯିବାକୁ ସେ ପୁରା ଚେଷ୍ଟା କରୁଛନ୍ତି। ଏହି ଯାତ୍ରା ଆରମ୍ଭ ହେଲେ ବିଶ୍ୱ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀର ବିକାଶ ହେବା ସହ ଚୀନ ଓ ନେପାଳ ସଂଲଗ୍ନ ଅଞ୍ଚଳଗୁଡିକ ମଧ୍ୟ ମାନ୍ୟତା ପାଇବ।


କୈଳାସ ପର୍ବତ ଓ ମାନସରୋବର ହ୍ରଦ ତିବ୍ବତରେ ଥିବାରୁ ଯାତ୍ରା ପାଇଁ ଭାରତକୁ ଚୀନ ଉପରେ ନିର୍ଭର କରିବାକୁ ପଡିଥାଏ। ସେଥିପାଇଁ କୁମାଉଁ ମଣ୍ଡଳ ବିକାଶ ନିଗମ ଆଦି କୈଳାସ ଯାତ୍ରା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଆଦି କୈଳାସର ପୁରା ଅଞ୍ଚଳ ଭାରତୀୟ ସୀମାରେ ରହିଛି। ଆଦି କୈଳାସରେ କୈଳାସ ପର୍ବତ ସହ ପାର୍ବତୀ ହ୍ରଦ ମଧ୍ୟ ରହିଛି। ଓମ ପର୍ବତ ମଧ୍ୟ ଏଠାରେ ରହିଛି। ମାନସରୋବର ଯାତ୍ରାରେ ଯାତ୍ରୀ ସଂଖ୍ୟା ଫିକ୍ସ ଥାଏ କିନ୍ତୁ ଆଦି କୈଳାସ ଯାତ୍ରାରେ ଯେତିକି ଇଚ୍ଛା ତୀର୍ଥଯାତ୍ରୀ ଯାଇପାରନ୍ତି। ଚୀନ ସୀମାକୁ ଯୋଡ଼ୁଥିବା ଲିପୁଲେଖ ସଡକ ହେବାପରେ ଏହି ରାସ୍ତା ସହଜ ହୋଇଯାଇଛି।

କୁମାଉଁ ମଣ୍ଡଳ ବିକାଶ ନିଗମ ଯଦି କୈଳାସ ଯାତ୍ରା ଆରମ୍ଭ କରନ୍ତି ତାହେଲେ ଚୀନ ଓ ନେପାଳ ସଂଲଗ୍ନ ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ବଢିବା ସହ ଵାଣିଜ୍ୟ ସ୍ଥରରେ ମଧ୍ୟ ଲାଭ ହେବ। ଏହାଦ୍ୱାରା ସୀମାବର୍ତ୍ତୀ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ