ଖେଳ ଦେଶ ବିଦେଶ

ସୋସିଆଲ ମିଡିଆରେ କୋହଲିଙ୍କ ନୂଆ କୀର୍ତ୍ତିମାନ, ରୋନାଲ୍ଡୋଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ, ୦୧|୩ (ଏଜେନ୍ସି): ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଆଉଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ପ୍ରଥମ ଏସୀୟ ସେଲିବ୍ରିଟି ଓ ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ (୧୦କୋଟି) ଅନୁଗାମୀ କ୍ଲବ୍‌ରେ ସାମିଲ ହୋଇଛନ୍ତି ।

ଏଥିସହ ସେ ପପ୍‌ ଷ୍ଟାର୍‌ ଡେମି ଲୋଭୋଟୋ (୯୫ମିଲିୟନ) ଏବଂ ସ୍ପାନିଶ୍‌ ଫୁଟବଲ୍‌ କ୍ଲବ୍‌ ରିୟଲ ମାଦ୍ରିଦ (୯୫ମିଲିୟନ) ଓ ବାର୍ସେଲୋନା (୯୪)କୁ ପଛରେ ପକାଇ ଦେଇଛନ୍ତି । ଏସୀୟ ସେଲିବ୍ରିଟି ଭାବେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା (୬୦.୮ ମିଲିୟନ) ଦ୍ୱିତୀୟ ଏବଂ ଶ୍ରଦ୍ଧା କପୁର (୫୮ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି ।

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଲୋକପ୍ରିୟ ସେଲିବ୍ରିଟି ହେଉଛନ୍ତି ପର୍ତ୍ତୁଗାଲ୍‌ର ଷ୍ଟାର୍‌ ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ । ତାଙ୍କର ୨୬୬ ମିଲିୟନ ଅନୁଗାମୀ ରହିଛନ୍ତି । ସେହିପରି ଆମେରିକାର ପ୍ରସିଦ୍ଧ ଗାୟିକା ଆରିୟାନା ଗ୍ରାଣ୍ଡେ (୨୨୪ମିଲିୟନ) ଦ୍ୱିତୀୟ, ବାର୍ସେଲୋନା ଅଧିନାୟକ ଲିଓନେଲ ମେସି (୧୮୭ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ