ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଉଡ଼ନ୍ତା ବିମାନରେ ବିଗିଡ଼ିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା; କରାଚିଠାରେ ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ, ଅସୁସ୍ଥ ଯାତ୍ରୀ ମୃତ

କରାଚି: ମଙ୍ଗଳବାର ସକାଳେ ସରଜାହାରୁ ଲକ୍ଷ୍ମୌ ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ବିମାନଟିକୁ ପାକିସ୍ତାନର କରାଚିଠାରେ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଯାତ୍ରୀ ଜଣଙ୍କୁ ମୃତ ଘୋଷଣା କରାଯାଇଛି।

ଇଣ୍ଡିଗୋ ଏୟାର୍‌ଲାଇନ୍ସର ୬ଇ୧୪୧୨ ବିମାନଟି ସରଜାହାରୁ ଲକ୍ଷ୍ମୌ ଉଡ଼ାଣ ଭରିଥିବା ବେଳେ ସେଥିରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ହୃଦ୍‌ଘାତର ଶିକାର ହୋଇଥିଲେ। ଯାତ୍ରୀ ଜଣକ ଅଚାନକ ଏପରି ଅସୁସ୍ଥ ହୋଇ ପଡ଼ିବାରୁ ବିମାନଟିକୁ କରାଚି ଆଡ଼େ ନିଆଯାଇ ଜରୁରିକାଳୀନ ଅବତରଣ କରାଯାଇଥିଲା। ମାତ୍ର ବିମାନଟି ଅବତରଣ କରିବା ପରେ ହୃଦ୍‌ଘାତର ଶିକାର ହୋଇଥିବା ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଥିଲା।

ଏ ନେଇ ଏୟାର୍‌ଲାଇନ୍‌ ପକ୍ଷରୁ କୁହାଯାଇଛି କି ବହୁ ପ୍ରକାରର ସାମ୍ଭବ୍ୟ ଡାକ୍ତିରୀ ଚିକିତ୍ସା ଦିଆଯିବା ପରେ ମଧ୍ୟ ଯାତ୍ରୀ ଜଣଙ୍କୁ ବଞ୍ଚାଇ ହୋଇନାହିଁ। ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି କି ‘ସରଜାହାରୁ ଲକ୍ଷ୍ମୌ ଯାଉଥିବା ୬ଇ୧୪୧୨ ବିମାନଟିକୁ ଉପୁୁଜିଥିବା ଡାକ୍ତରୀ ଜରୁରିକାଳୀନ ସମସ୍ୟା ପାଇଁ କରାଚି ଆଡ଼େ ନିଆଯାଇଥିଲା। ବିମାନ ବନ୍ଦରର ମେଡିକାଲ୍‌ ଟିମ୍‌ ପହଞ୍ଚି ଯାତ୍ରୀ ଜଣଙ୍କୁ ଚିକିତ୍ସା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ଆମେ ଗଭୀର ଶୋକର ସହ ଏହି ଖବର ଦେବା ସହ ମୃତ ଯାତ୍ରୀଙ୍କ ପରିବାର ପ୍ରତି ଆମର ସମବେଦନା ଜ୍ଞାପନ କରୁଛୁ।’

ବିମାନଟି ଅହମ୍ମଦାବାଦ ଯିବା ପୂର୍ବରୁ ଦୁଇ ଘଣ୍ଟା ଧରି କରାଚି ବିମାନବନ୍ଦରରେ ଥିଲା। ଅତୀତରେ ମଧ୍ୟ ଭାରତୀୟ ବିମାନରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ବର୍ଷ ନଭେମ୍ବର ମାସରେ ୧୭୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ଗୋଏୟାର୍‌ ବିମାନଟିରେ ହଠାତ ଜଣେ ଯାତ୍ରୀ ହୃଦ୍‌ଘାତର ଶିକାର ହେବା ପରେ ବିମାନଟିକୁ ଜରୁରିକାଳୀନ ପରିସ୍ଥିତିରେ କରାଚିରେ ଅବତରଣ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ