ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶରୀର ଘୋଳାବିନ୍ଧା ହେଉଛି କି? ବିନା ଔଷଧରେ ଏପରି ପାଆନ୍ତୁ ଉପଶମ

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି। ଏହା କୌଣସି ପ୍ରକାରର ରୋଗ ନୁହେଁ। ତେଣୁ, ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ତେବେ ଚାଲନ୍ତୁ ଜାଣିବା ବିନା ଔଷଧ ଖାଇ କିପରି ଭାବେ ଦେହ ଘୋଳାବିନ୍ଧାକୁ ଦୂରେଇ ହେବ।

: ନିଜର ଦେହର ପୀଡ଼ା ମାରିବା ପାଇଁ ନାଲି ଚା’ ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣ ସେହି ନାଲି ଚା’ରେ ଗୋଲମରିଚ ଓ ଅଦା ପକାଇ ପିଅନ୍ତୁ। ଦେଖିବେ ଆପଣ ଏହାକୁ ପିଇବା ପରେ ଆପଣଙ୍କ ଶରୀରର ପୀଡ଼ା କୁଆଡ଼େ ଦୂରେଇ ଯିବ।

: ଆପଣ ଷ୍ଟିମ୍‌ ନେଇ କରି ମଧ୍ୟ ନିଜ ଶରୀରର ପୀଡ଼ା ଦୂର କରିପାରିବେ। ଗରମ ପାଣି କରି ସେଥିରେ କିଛି ମେଥୋ ବାମ୍‌ ମିଶ୍ରଣ କରନ୍ତୁ। ସେହି ମେଥୋ ବାମ୍‌ ପଡ଼ିଥିବା ଗରମ ପାଣି ସାମ୍ନାରେ ମୁହଁ ରଖି ଜୋର୍‌ ଜୋର୍‌ ନିଶ୍ୱାସ ନିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଉପଶମ ମିଳିବ।

: ଏହା ବ୍ୟତୀତ ଆଜିକାଲି ବଜାରରେ ଇଲେକ୍‌ଟ୍ରିକ୍‌ ମସାଜର୍‌ ମିଳୁଛି। ବିନା କାହାକୁ ମୋଡ଼ାଘଷା କରିବାକୁ କହି ଆପଣ ତାହାର ମଜା ନେଇପାରିବେ। ସେହି ମସାଜର ଜରିଆରେ ଆପଣ ନିଜର ହାତ ପାଉଥିବା ପର୍ଯ୍ୟନ୍ତ ନିଜ ଶରୀରର ଅଙ୍ଗରେ ବୁଲାଇ ଉପଶମ ପାଇପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ