କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ରାମ ମନ୍ଦିର ନିର୍ମାଣ ପାଇଁ ଗୁପ୍ତ ଦାନ କଲେ ବାବ୍ରି ମସଜିଦ ପକ୍ଷକାର ଇକବାଲ ଅନସାରୀ: ୧୫ ଦିନରେ ଆରମ୍ଭ ହେବ ମୂଳଦୁଆ କାମ

ଅଯୋଧ୍ୟା ୨୮/୦୨ : ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ କାମ କେବେ ଆରମ୍ଭ ହେବ, ପରିସର ଭିତରେ କଣ କାମ ଚାଲିଛି, ସେ ସମ୍ପର୍କରେ ଖବର ସାମ୍ନାକୁ ଆସିଛି। ମନ୍ଦିରର ମୂଳଦୁଆ ଆଗାମୀ ୧୫ ଦିନରେ ଆରମ୍ଭ ହେବ। ମନ୍ଦିରର ମୂଳଦୁଆ ପାଇଁ ଖୋଦେଇ କାମ ଚାଲିଛି। ଏଥିପାଇଁ ମନ୍ଦିର ପରିସର ଭିତରେ ଥିବା ମନ୍ଦିରଗୁଡିକୁ ଭାଙ୍ଗିବା ପରେ ଜେସିବି ମେସିନ ସାହାଯ୍ୟରେ ଜମିକୁ ସମତଳ କରାଯାଉଛି।

ଇତି ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ ଅଭିଯାନର ଶେଷ ଦିନରେ ଆଉ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ବାବ୍ରୀ ମସଜିଦରେ ପକ୍ଷକାର ଥିବା ଇକବାଲ ଅନସାରୀ ଆଜି ମନ୍ଦିର ନିର୍ମାଣ ପାଇଁ ଗୁପ୍ତ ଦାନ କରିଛନ୍ତି। ଦିନେ ଭଗବାନ ରାମଙ୍କ ବିରୋଧୀ ଥିବା ବାବ୍ରି ପକ୍ଷର ଦାବିଦାର ଇକବଲ ରାମ ମନ୍ଦିର ନିଧି ସମର୍ପଣ ଅଭିଯାନର ଶେଷ ଦିନରେ ଗୁପ୍ତ ଦାନ କରିଛନ୍ତି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ କହିଛନ୍ତି ଯେ ଗତ କିଛି ଦିନ ହେଲା ଲଗାତାର ଚାଲିଥିବା ବୈଠକରେ ବିଭିନ୍ନ ମାମଲାରେ ବିଚାର ହୋଇଛି। କିଛି ଦିନ ପରେ ଅଯୋଧ୍ୟା ଦେଶର ଏକ ବିକଶିତ ନଗରୀ ଭାବେ ସାମ୍ନାକୁ ଆସିବ। ଏହା ପୁରା ସଂସାରର ସାଂସ୍କୃତିକ ରାଜଧାନୀ ହେଉ ବୋଲି ସମସ୍ତଙ୍କର ଇଚ୍ଛା ବୋଲି ସେ କହିଛନ୍ତି। ସେ କହିଛନ୍ତି ପରିସର ଭିତରେ ଥିବା ଯେଉଁସବୁ ମନ୍ଦିର ବର୍ତ୍ତମାନ ଭଙ୍ଗାଯାଉଛି ସେସବୁ ଯୋଗ୍ୟ ସ୍ଥାନ ଦିଆଯିବ। ଏଠାରେ ଯେଉଁ ବିଗ୍ରହଙ୍କ ପୂଜା ହୁଏ ସଏସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ସ୍ଥାପନ କରାଯିବ। ଏବେ ଯେତିକି ଖୋଦେଇ ହୋଇଛି ତା ତଳୁ ଆହୁରି ଭଲ ମାଟି ବାହାରିଛି। ସେଥିପାଇଁ ଆଉ କିଛି ଖୋଦେଇ କାମ ଆବଶ୍ୟକ ବୋଲି ସେ କହିଛନ୍ତି। ଏହାପରେ ମୂଳଦୁଆ ପକାଯିବ। ୧୫ ଦିନ ଭିତରେ ମନ୍ଦିର ମୂଳଦୁଆ ପକାଯିବା କାମ ଆରମ୍ଭ ହୋଇଯିବ ବୋଲି ଗୋବିନ୍ଦ ଦେବ କହିଛନ୍ତି।

ଇକବାଲ ଅନସାରୀ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ନାଁରେ ଗୁପ୍ତ ଦାନ କରିଛନ୍ତି। ମହାନଗର ଅଧ୍ୟକ୍ଷ ଅନିଲ କୁମାର ଓ ବିଶ୍ୱ ହିନ୍ଦୁ ପରିଷଦ ନିଧି ସମର୍ପଣ ଅଭିଯାନର ଅଯୋଧ୍ୟା ପ୍ରଭାରୀ ଧୀରେଶ୍ୱରଙ୍କ ଠାରୁ ଏହାର ରସିଦ ଗ୍ରହଣ କରିଛନ୍ତି। ଇକବାଲ ଅନସାରୀ କହିଛନ୍ତି ଅଯୋଧ୍ୟା ଧର୍ମ ନଗରୀ ଏବଂ ଧର୍ମ କାମରେ ସମସ୍ତଙ୍କୁ ସହଯୋଗ କରିବା ଉଚିତ। ଏଠାରେ ସବୁ ଧର୍ମର ଦେବାଦେବୀ ବିରାଜମାନ। ସେଥିପାଇଁ ସମସ୍ତଙ୍କୁ ସହଯୋଗ କରିବା ଉଚିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ