ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୋରିଷ ତେଲରେ ରହିଛି ଏହି ସବୁ ଉପକାରୀ ଗୁଣ

ଏମିତି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ସୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ମାତ୍ର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ସୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ ତେଲର ଉପଯୋଗ କରିପାରିବା।

: ଟିକେ ଥଣ୍ଡା କିମ୍ବା କାଶ ହେଲେ ପୂର୍ବକାଳିଆ ଲୋକମାନେ ସୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍‌ କରିଥାନ୍ତି। ବାସ୍ତବ କଥାଟି ହେଉଛି ଥଣ୍ଡା କାଟିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ।

: ଗାଧୋଇବା ପୂର୍ବରୁ ନାଭିରେ ଏହି ତେଲ୍‌ ଲଗାଇ ଗାଧାନ୍ତୁ। ଫଳରେ ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦୂର ହୋଇଥାଏ।

: ମୁହଁକୁ ହାଲୁକା ଉଷୁମ ପାଣିରେ ଧୋଇ ଦେବା ପରେ ଅଳ୍ପ ଟିକେ ସୋରିଷ ତେଲ୍‌ ହାତରେ ନେଇ ମୁହଁ ସାରା ମାଲିସ୍‌ କରନ୍ତୁ। ଫଳରେ ତ୍ୱଚାର ଔଜଲ୍ୟତା ବୃଦ୍ଧି ପାଇବ।

: କେଶର ରଙ୍ଗ ଗାଢ଼ କଳା ଚାହୁଁଥିଲେ ସପ୍ତାହକୁ ୨ ଥର ସୋରିଷ ତେଲ୍‌ ଲଗାଇ ଅଧଘଣ୍ଟା ପରେ କେଶ ସଫା କରନ୍ତୁ। ଦେଖିବେ କିଛି ମାସ ଏପରି କରିବା ଦ୍ୱାରା କେଶର ରଙ୍ଗ ଅପେକ୍ଷାକୃତ କଳା ହୋଇଯିବ।

: ଯଦି ଦୂର ସ୍ଥାନରୁ ଯାତ୍ରା ସାରି ଫେରିଛନ୍ତି ଦେହ ପୀଡ଼ା କମାଇବା ପାଇଁ ସୋରିଷ ତେଲ ଲଗାଇ ମାଲିସ୍‌ କରିଲେ ଉପଶମ ମିଳିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ